ସୋଆ ସହଯୋଗରେ କୃଷକ ଉତ୍ପାଦକ ସଂଘ କାର୍ଯ୍ୟାଳୟ ଉଦଘାଟିତ
14/09/2022 at 7:20 PM

ଦେବଗଡ଼ ୧୪/୦୯: ବୁଧବାର ଦେବଗଡ଼ ଜିଲ୍ଲା ତିଲେଇବଣୀ ବ୍ଲକରେ କୃଷକ ଉତ୍ପାଦକ ସଂଘର ନୂଆ କାର୍ଯ୍ୟାଳୟ ଉଦଘାଟନ କରାଯାଇଛି। ରାଜ୍ୟର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟର ବୈଷୟିକ ଜ୍ଞାନ କୌଶଳ ସହାୟତାରେ ଏଲଏଓ ସିଦ୍ଧ ରିସର୍ଚ୍ଚ ଡେଭଲପମେଣ୍ଟ କନସଲଟାନ୍ସି ଦ୍ବାରା ତିଲେଇବଣୀରେ ଚାଷୀମାନଙ୍କୁ ନେଇ ଏକ କୃଷକ ଉତ୍ପାଦକ ସଂଘ ଗଠନ କରାଯାଇଛି। ସେଠାରେ ଏକ ହଜାର ଚାଷୀଙ୍କୁ ନେଇ କୃଷକ ଉତ୍ପାଦକ ସଂଘ ଗଠନ କରାଯିବା ଲକ୍ଷ୍ୟ ରଖା ଯାଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୩୦୨ ଜଣଙ୍କୁ ନେଇ ଏହି ସଂଘ ଆରମ୍ଭ କରାଯାଇଛି। ଏହି ସଂଘ ଦ୍ୱାରା ଚାଷୀମାନଙ୍କ ଉତ୍ପାଦିତ ଫସଲ ଓ ପନିପରିବାକୁ ଉଚିତ ମୂଲ୍ୟରେ ବଜାରରେ ବିକ୍ରି ପାଇଁ ପଦକ୍ଷେପ ନିଆଯିବ।
ସଂଘ ଗଠନ ହୋଇଥିବାରୁ ତିଲେଇବଣି ଅଞ୍ଚଳର ଚାଷୀମାନେ ନିଜର ଖୁସି ଜାହିର କରିଛନ୍ତି।ବୁଧବାର ଏହି କାର୍ଯ୍ୟାଳୟ ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ତିଲେଇବଣୀ ଆସିଷ୍ଟାଣ୍ଡ ହଟିକଲଚର ଅଧିକାରୀ ସୌଭାଗ୍ଯ କୁମାର ସାହୁ, ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଯନ୍ତ୍ରୀ ରୁଦ୍ରମଣୀ ଦେହୁରୀ, ଏଲଏର ଚିଫ ଅପରେଟିଂ ଅଫିସର କେଦାର ଚନ୍ଦ୍ର ପ୍ରଧାନ, ଟିଏପିସିଏଲର ନିର୍ଦ୍ଦେଶକ ସୁବ୍ରତ କୁମାର ସାହୁ, ବାରକୋଟ ଏଫପିଓ ର ନିର୍ଦ୍ଦେଶକ ଦେବାନନ୍ଦ ଜିତ ଯୋଗ ଦେଇଥିଲେ। ତିଲେଇବଣୀ କୃଷକ ଉତ୍ପାଦକ ସଂଘର ସିଇଓ ଅରୁଣ କୁମାର ଟାଲି ମଞ୍ଚ ପରିଚାଳନା କରିଥିଲେ। ଶଷରେ ରୋହିତାସ୍ବ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।