oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ ଜେଲରେ ପୁଣି ଜଣେ କଏଦୀର ଆତ୍ମହତ୍ୟା
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୮୦ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ IDCO ସହକାରୀ ନିର୍ଦ୍ଦେଶକ, ଏକାସାଙ୍ଗେ ୭ଟି ସ୍ଥାନରେ ଚାଲିଛି ଚଢାଉ
  • ||
  • ମୁମ୍ବାଇ : ଏକତା କପୁରଙ୍କ ବଢିଲା ଅଡୁଆ, ଗିରଫ ୱାରେଣ୍ଟ ଜାରି କଲେ ବିହାର କୋର୍ଟ
  • ||
  • ଭୁବନେଶ୍ୱର : ଗୁରୁବାରଠୁ ରାଜ୍ୟରେ ବର୍ଷା, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ଓଡ଼ିଶାର ଚାଷୀ ଏଵେ ଅନ୍ୟମାନଙ୍କ ପାଇଁ ଉଦାହରଣ – ତାଲିମ ନେବାକୁ ଆସିଛନ୍ତି ବାହାର ରାଜ୍ୟ ଚାଷୀ

26/09/2019 at 6:07 PM

କୋରାପୁଟ ୧୬।୦୯- ଓଡ଼ିଶାର ଚାଷୀ ଏଵେ ଅନ୍ୟ ମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ । ମାଣ୍ଡିଆ ଚାଷ ଆପଣେଇବାକୁ ମହରାଷ୍ଟର ୩୫ ଜଣ ଚାଷୀ ଏଵେ କୋରାପୁଟରେ ପହଞ୍ଚିଛନ୍ତି । ଆଉ କୋରାପୁଟର ଚାଷୀ ଏମାନଙ୍କୁ ଦେଉଛନ୍ତି ତାଲିମ ।

ମହାରାଷ୍ଟ୍ରର ଚାଷୀଙ୍କ ପାଇଁ ଉଦାହରଣ ପାଲଟିଲେ କୋରାପୁଟର ଚାଷୀ । କୋରାପୁଟର ଚାଷୀଙ୍କ ସହ ଜମିରେ ଵୁଲିଲେ,ଶ୍ରେଣୀଗୃହରେ ଵସି ମାଣ୍ଡିଆ ଚାଷ ଶିଖିଲେ । ପାରମ୍ପରିକ ଚାଷ ଛାଡ଼ି କୋରାପୁଟର ଚାଷୀଙ୍କଠାରୁ ମାଣ୍ଡିଆ ଚାଷ ସଂପର୍କରେ ତାଲିମ ନେଵାକୁ ଜୟପୁରରେ ପହଞ୍ଚିଲେ ନାସିକର ୩୫ ଜଣ ଚାଷୀ । ନାସିକର ଏହି ଚାଷୀମାନେ ଅଙ୍ଗୁର ସହ ବିଭିନ୍ନ ପ୍ରକାରର ଫଳ ଚାଷ କରିଥାନ୍ତି । ହେଲେ  କେତେବେଳେ ଅଭାବି ଵିକ୍ରି ତ ଆଉ କେତେବେଳେ ପାଣି ସମସ୍ୟା ଯୋଗୁଁ ଫସଲହାନୀ ହୁଏ । ଜୀବନ ହାରନ୍ତି ଚାଷୀ । ତେଣୁ ଫଳ ଚାଷ ଛାଡି କମ୍ ପାଣିରେ ଅମଳ ହେଉଥିଵା ମାଣ୍ଡିଆ ଚାଷ କରିଵାକୁ  ମହାରାଷ୍ଟର ଏହି ଚାଷୀ ମାନେ ଆଗ୍ରହୀ । ମାଣ୍ଡିଆରୁ  ତିଆରି ହେଉଥିବା ଖାଦ୍ୟର ମଜା ଵି ନେଈଥିଲେ ଏହି ଚାଷୀମାନେ ।

ଜୟପୁରରେ ପହଞ୍ଚିଵା ପରେ ସ୍ୱାମୀନାଥନ ଗଵେଷଣା ସଂସ୍ଥା ମାଧ୍ୟମରେ କୋରାପୁଟର ଚାଷୀଙ୍କ ଠାରୁ ମାଣ୍ଡିଆ ଚାଷର ତାଲିମ ନେଈଛନ୍ତି। ତାଲିମର ପ୍ରଥମ ଦିନରେ ଏମାନେ ଚାଷ ଜମି ବୁଲି ଦେଖିବା ସହ ଜମିରେ ଚାଷ ବି  କରିଥିଲେ। ଆଉ ଦିତୀୟ ଦିନରେ ଶ୍ରେଣୀଗୃହରେ ଵସି ମାଣ୍ଡିଆ ଚାଷରେ ଜୈଵିକ ସାରର ପ୍ରୟୋଗ, ଅମଳ, ଏହାର ମାର୍କେଟିଂ ଓ ଵିଭିନ୍ନ ଖାଦ୍ୟ ସାମଗ୍ରୀର ପ୍ରସ୍ତୁତି  ସଂପର୍କରେ  ତାଲିମ ନେଇଥିଲେ । ମହାରାଷ୍ଟ୍ରର ଏହି ଚାଷୀଙ୍କ ସହ ଭାବର ଆଦାନ ପ୍ରଦାନ କରି କୋରାପୁଟ ଚାଷୀ ଵି ଖୁସି ଵ୍ୟକ୍ତ କରିଥିଲେ । ସୁଯୋଗ ମିଳିଲେ ଅନ୍ୟ ଚାଷୀଙ୍କୁ ଵି ଆଗକୁ ତାଲିମ ଦେଵେ ଵୋଲି କହିଛନ୍ତି।

   Related Posts