IMDଙ୍କ ବିରୋଧରେ ମୋକଦ୍ଦମା ଲାଗି ଚାଷୀଙ୍କ ଧମକ, ଆଣିଲେ ପାଣିପାଗର ଭୁଲ ଆକଳନ ଅଭିଯୋଗ

Published By : Prameya-News7 Bureau | August 18, 2021 IST

ଭୋପାଲ ୧୮।୮: ମଧ୍ୟପ୍ରଦେଶ ମାଲୱା ଅଞ୍ଚଳର ଚାଷୀମାନେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ଆଇଏମଡି ପାଣିପାଗର ଭୁଲ ପୂର୍ବାନୁମାନ କରୁଥିବା ଚାଷୀମାନେ କହିଛନ୍ତି। ଫଳରେ ସେମାନଙ୍କୁ ଚାଷରେ ବିପୁଳ କ୍ଷତି ସହିବାକୁ ପଡୁଥିବା ଅଭିଯୋଗ କରିଛନ୍ତି। ଏଥିପାଇଁ ସେମାନେ ଆଇଏମଡିଙ୍କ ବିରୋଧରେ କୋର୍ଟରେ ମୋକଦ୍ଦମା କରିବେ ବୋଲି ମଧ୍ୟ କହିଛନ୍ତି।

ତେବେ ଚାଷୀଙ୍କ ଅଭିଯୋଗକୁ ବିଭାଗର ଜନୈକ ବରିଷ୍ଠ ବୈଜ୍ଞାନିକ ନିରାଧାର ବୋଲି କହିଛନ୍ତି। ହୁଏତ ଚାଷୀ ଭ୍ରମିତ ହୋଇଥିବା ସେ କହିଛନ୍ତି। କାରଣ ଏକ ଘରୋଇ ପାଣିପାଗ ଏଜେନ୍ସୀ ଚଳିତବର୍ଷ ଆଗୁଆ ମୌସୁମୀ ପୂର୍ବାନୁମାନ ଜାରି କରିଥିଲା। ତେବେ ଆଇଏମଡି ଏହି ଏଜେନ୍ସୀ ବିପରୀତ ପୂର୍ବାନୁମାନ ଜାରି କରିଥିଲେ। ହୁଏତ ଚାଷୀ ଘରୋଇ ପାଣିପାଗ ଏଜେନ୍ସୀଙ୍କ ପୂର୍ବାନୁମାନ ଦ୍ୱାରା ଭ୍ରମିତ ହୋଇଥାଇପାରନ୍ତି। ତେବେ ଚାଷୀମାନେ ପାଉଥିବା ସୂଚନାର ସତ୍ୟତା ସେମାନେ ପ୍ରଥମେ ଜାଣିବାକୁ ଚେଷ୍ଟା କରନ୍ତୁ ବୋଲି ବୈଜ୍ଞାନିକ କହିଛନ୍ତି।

{"id":497977,"width":840,"height":534,"sizeSlug":"full","linkDestination":"none"}

ଅପରପଟେ ଭାରତୀୟ କିଷାନ ସଂଘର ମାଲୱା ପ୍ରାନ୍ତ ମୁଖପାତ୍ର ଭରତ ସିଂହ ଚୌହାନ ଅଧିକାଂଶ ମାମଲାରେ ଆଇଏମଡିଙ୍କ ପୂର୍ବାନୁମାନ ଭୁଲ ସାବ୍ୟସ୍ତ ହେଉଥିବା କହିଛନ୍ତି।  ଆଇଏମଡିଙ୍କ ପାଣିପାଗର ଭୁଲ ଭବିଷ୍ୟବାଣୀ ଯୋଗୁ ଚାଷୀ କ୍ଷତିର ସମ୍ମୁଖୀନ ହେଉଛନ୍ତି। ଏଣୁ ଆମେ ଆଇଏମଡିଙ୍କ ବିରୋଧରେ କୋର୍ଟରେ ମୋକଦ୍ଦମା କରିବା ଲାଗି ବିଚାର କରୁଥିବା କହିଛନ୍ତି। ଏ ନେଇ ଖୁବ୍ ଶୀଘ୍ର ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।

ଉଜ୍ଜୈନର ଜନୈକ କୃଷକ ନେତା ଚାଷୀମାନେ ପ୍ରାୟତଃ ପାଣିପାଗର ପୂର୍ବାନୁମାନ ଅନୁସାରେ ଖେତ ଯୋଚିଥାନ୍ତି ବୋଲି କହିଛନ୍ତି।  ହେଲେ ପ୍ରାୟ ପୂର୍ବାନୁମାନ ଏବେ ଭୁଲ ହେଉଥିବାରୁ ଆମେ କ୍ଷତିରେ ପଡୁଛୁ। ବିଭିନ୍ନ ଦେଶର ଚାଷୀ ଏବେ ପାଣିପାଗ ପୂର୍ବାନୁମାନକୁ ଭରସା କରି ଚାଷ କରିଥାନ୍ତି। ଅନ୍ୟ ଦେଶମାନଙ୍କରେ ପାଣିପାଗ ବିଭାଗ ପୂର୍ବାନୁମାନ ସଠିକ ହେଉଥିବା ବେଳେ ଭାରତୀୟ ପାଣିପାଗ ବିଭାଗଙ୍କ ଆକଳନ କିନ୍ତୁ ଭୁଲ ପ୍ରମାଣିତ ହେଉଛି ବୋଲି ସେ କହିଛନ୍ତି।

{"id":497978,"sizeSlug":"full","linkDestination":"none"}

ତେବେ ଭୋପାଲ ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଚାଷୀଙ୍କ ଅଭିଯୋଗର କୌଣସି ସତ୍ୟତା ନଥିବା କହିଛନ୍ତି। ଘରୋଇ ଏଜେନ୍ସୀ ଓ ସରକାରୀ ଏଜେନ୍ସୀ ସୂଚନାର ପ୍ରଭେଦ ଚାଷୀ ଜାଣି ପାରୁନଥିବା ବୈଜ୍ଞାନିକ କହିଛନ୍ତି। କେବଳ ଏତିକି ନୁହେଁ ଅନେକ ଜିଲ୍ଲାରେ ଏବେ ସ୍ୱଘୋଷିତ ପାଣିପାଗବିଦ୍  ମଧ୍ୟ ପାଗର ପୂର୍ବାନୁମାନ କରୁଛନ୍ତି। ସେମାନଙ୍କ ଯୋଗୁ ଏପରି ଭ୍ରମାତ୍ମକ ପରିସ୍ଥିତି ଉପୁଜୁଥିବା ପାଣିପାଗ ବିଭାଗ ଅଧିକାରୀ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.