ବିଲ ଦେଖିବାକୁ ଯାଇ ପାଟରେ ଭାସିଯାଇଥିଲେ ଚାଷୀ, ଉଦ୍ଧାର ହେଲା ମୃତଦେହ
22/08/2022 at 7:13 PM

ଆନନ୍ଦପୁର, ୨୨/୦୮: ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକ୍ ହାବଳେଶ୍ବର ପଞ୍ଚାୟତ ଜାବିନପୁର ଗାଁରେ ଅଘଟଣ । ଗତକଲି ନିଜ ବିଲ ଦେଖିବା ପାଇଁ ଯାଇ ପାଟରେ ବୁଡି ନିଖୋଜ ଥିବା ଚାଷୀ ଦୁଃଶାସନ ମୁଣ୍ଡାଙ୍କ ମୃତଦେହ ଗାଁ ପାଖ ଏକ କଲଭଟ ନିକଟରୁ ଉଦ୍ଧାର ହୋଇଛି । ସ୍ଥାନୀୟ ଯୁବକମାନେ ଆଜି ଜଣେ ବ୍ୟକ୍ତିଙ୍କ ମୃତଦେହ ଭାସୁଥିବାଦେଖି, ଉଦ୍ଧାର କରିବାରୁ ତାହା ନିଖୋଜ ଦୁଃଶାସନଙ୍କର ବୋଲି ଜଣାପଡିଥିଲା ।
ଦୁଃଶାସନ ପ୍ରତିଦିନ ସେହି ରାସ୍ତା ଦେଇ ନିଜ ବିଲକୁ ଯାଇଥାନ୍ତି । ଗତକାଲି ବୈତରଣୀ ବନ୍ୟା କାରଣରୁ ପାଟରେ ପାଣି ପୁରିଯାଇଥିବାରୁ ବାଟ ନପାଇ ସେ ପାଣିରେ ଭାସିଯାଇଥିବା ଅନୁମାନ କରାଯାଉଛି । ଖବରପାଇ ପୋଲିସ୍ ଘଟଣା ସ୍ଥଳରେ ପହଁଞ୍ଚି ମୃତଦେହ ଜବତ କରି ପୋଷ୍ଟମାର୍ଟମ ପାଇଁ ପଠାଇଥିବା ବେଳେ ଅଧିକ ତଦନ୍ତ ଜାରି ରଖିଛି ।
Related Posts
ନାବାଳିକା ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ କାରାଦଣ୍ଡ ଦେଲେ ଅଦାଲତ
28 January 2023
ହୁ ହୁ ହୋ ଜଳୁଛି ସଂରକ୍ଷିତ ଜଙ୍ଗଲ, ଆୟତ୍ତ କରିବାରେ ବନ ବିଭାଗ ନାକେଦମ
28 January 2023
ସୌରମଣ୍ଡଳରେ ଘୂରି ବୁଲୁଥିବା ଧୁମକେତୁର ଫଟୋ କଏଦ କଲେ ଦୁଇ ଓଡ଼ିଆ ଯୁବକ
28 January 2023