ଅନିୟମିତତା ନେଇ ସମବାୟ ସମିତିରେ ତାଲା ପକାଇଲେ ଶତାଧିକ ଚାଷୀ, ପୋଲିସ ସହ ଠେଲାପେଲା

Published By : Prameya-News7 Bureau | June 06, 2022 IST

ଆଠଗଡ଼ ୬।୬: ସମବାୟ ନିର୍ବାଚନରେ ଚଞ୍ଚକତାକୁ ବିରୋଧ କରି ତିଗିରିଆ ବ୍ଲକ୍ ସୋମପଡ଼ା ସମବାୟ ସମିତି କାର୍ଯ୍ୟାଳୟରେ ତାଲା ପକାଇଲେ ସ୍ଥାନୀୟ ଚାଷୀ । ଚାଷୀ ଓ ପୋଲିସ ମଧ୍ୟରେ ଠେଲାପେଲା ହୋଇଛି । ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଛି । ସ୍ଥାନୀୟ ସମବାୟ ସମିତି ସମ୍ପାଦକଙ୍କ ମନମୁଖୀ କାର୍ଯ୍ୟ ଓ ବିନା ନିର୍ବାଚନ ବିଜ୍ଞାପନରେ ପ୍ରାର୍ଥୀ ଚୟନକୁ ନେଇ ସ୍ଥାନୀୟ ଚାଷୀମାନେ ସମବାୟ ସମିତି କାର୍ଯ୍ୟାଳୟକୁ ତାଲା ପକାଇ ଦେଇଛନ୍ତି । ଠିକ୍ ସମୟରେ ବିଭାଗୀୟ କର୍ମଚାରୀମାନେ ଅଫିସକୁ ଆସୁନଥିବା ସହ ସ୍ଥାନୀୟ ଚାଷୀମାନଙ୍କୁ ସମବାୟ ସୁବିଧା ସୁଯୋଗ ନେଇ ଅବଗତ କରାଯାଉ ନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି ।

ଅନ୍ୟପଟେ ଆଗକୁ ଆସୁଥିବା ସମବାୟ ସମିତି ନିର୍ବଚନ ପାଇଁ କୌଣସି ନୋଟିସ୍ ଜାରି ନକରି ସ୍ଥାନୀୟ ସମ୍ପାଦକ ଚଞ୍ଚକତା କରି ନିର୍ବାଚନ ପ୍ରତିନିଧି ଚୟନ କରୁଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଚାଷୀ । ଏହାକୁ ବିରୋଧ କରି ଶତାଧିକ ଚାଷୀ ସୋମବାର ସୋମପଡ଼ା ସମବାୟ ସମିତି କାର୍ଯ୍ୟାଳୟରେ ତାଲା ପକାଇବା ସହ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ଯଦି ଆଗାମୀ ଦିନରେ ଦାବି ପୂରଣ ନହୁଏ ତେବେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି । ଏହାକୁ ନେଇ  ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖା ଦେଇଥିବା ବେଳେ ତିଗିରିଆ ପୋଲିସ ଓ ତିଗିରିଆ ତହସିଲଦାର ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.