ଲଖିମପୁର ଖେରୀ ଦୁର୍ଘଟଣାକୁ ବର୍ଷେ ପୂରିଲା: ୩ ଘଣ୍ଟା ପାଇଁ ରେଳ ରୋକ କଲା KMSC

Published By : Prameya-News7 Bureau | October 03, 2022 IST

ନୂଆଦିଲ୍ଲୀ: ଲଖିମପୁର ଖେରି ଦୁର୍ଘଟଣାକୁ ବର୍ଷେ ପୂରିଛି। କିନ୍ତୁ ସରକାର ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ପୂରଣ ହୋଇନି। ଏଥିପାଇଁ ଦୁର୍ଘଟଣାର ବାର୍ଷିକୀ ପାଳନ କରିବାକୁ ପଞ୍ଜାବରେ ଆଜି ୩ ଘଣ୍ଟା ପାଇଁ ରେଳ ରୋକ କରିଥିଲା କିଶାନ ମଜଦୁର ସଂଘର୍ଷ କମିଟି(KMSC)।

ଏହି ଦୁର୍ଘଟଣାରେ ୮ ଜଣଙ୍କର ଜୀବନ ଯାଇଥିଲା। ସେମାନଙ୍କୁ ପରିବାରକୁ ସରକାରୀ ଚାକିରି ସହ କ୍ଷତିପୂରଣ ଓ ମନ୍ତ୍ରୀ ଅଜୟ ମିଶ୍ର ଟେନୀଙ୍କୁ ବରଖାସ୍ତ ସହ ଜେଲ୍‌ରେ ବନ୍ଦୀ ଥିବା ଚାଷୀଙ୍କୁ ମୁକାଳାଇବା ଦାବି କରାଯାଇଥିଲା। ହେଲେ କେନ୍ଦ୍ର ସରକାର ଅଜୟଙ୍କୁ ମନ୍ତ୍ରୀ ପଦରୁ ହଟାଇ ନାହାନ୍ତି।  

କେନ୍ଦ୍ର ସରକାରଙ୍କର ୩ କୃଷି ବିଲ୍‌ ବିରୋଧରେ ବିକ୍ଷୋଭ କରୁଥିଲେ କୃଷକ। ଆଜୟ ମିଶ୍ରଙ୍କର ପୈତୃକ ଗାଁ ନିକଟସ୍ଥ ଟିକୁନିଆରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିକ୍ଷୋଭ କରୁଥିବା ବେଳେ କାର୍ଯ୍ୟକ୍ରମକୁ ଆସିଥିଲେ କେନ୍ଦ୍ର ମନ୍ତ୍ରୀ। ତାଙ୍କ ବିରୋଧ କରିବାକୁ ଯାଇ ଠୁଳ ହୋଇଥିବା କୃଷକଙ୍କୁ ଅଜୟଙ୍କ ପୁଅ ଆଶିଷ ଗାଡ଼ି ଚଢ଼ାଇ ଦେଇଥିଲେ। ଏହାପରେ ମାର୍‌ପିଟ୍‌ରେ ମୋଟ ୮ ଜଣଙ୍କର ମୃତ୍ୟୁ ହୋଇଥିଲା। ମାମଲାର ବିଚାର ଏବେ ବି ଚାଲିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.