ଧାନ ଅମଳ ବେଳେ କଟିଲା ଚାଷୀଙ୍କ ହାତ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | December 19, 2020 IST

ତେଲକୋଇ ୧୯।୧୨: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ରାଇସୁଆଁ ପଞ୍ଚାୟତ ସମାକୁଦ ଗାଁରେ ଘଟିଛି ଅଭାବନୀୟ ଘଟଣା । ଜଣେ ଚାଷୀ ବିଲରେ ଧାନ ଅମଳ କରୁଥିବା ବେଳେ ମେସିନରେ ହାତ କଟିଯାଇ ଗୁରୁତର ହୋଇପଡିଛନ୍ତି । ହାତ କଟିଯାଇଥିବା ବ୍ୟକ୍ତି ଜଣଙ୍କ ହେଲେ ସମାକୁଦ ଗାଁର କଳ୍ପତରୁ ବେହେରା ।

ସୂଚନାଯୋଗ୍ୟ ଯେ, ଶୁକ୍ରବାର ଦିନ ୨ଟା ସମୟରେ କଳ୍ପତରୁ ନିଜ ବିଲରେ ଧାନ ବେଙ୍ଗଳା ପକାଉଥିଲେ । ବେଙ୍ଗଳା କରୁଥିବାବେଳେ ଅସାବଧାନତା ବଶତଃ ମେସିନ ଭିତରେ ତାଙ୍କ ହାତ ପଶି ଯାଇଥିଲା । ଫଳରେ ତାଙ୍କ ହାତ କଟିଯାଇଥିଲା । ଚିତ୍କାର ଶୁଣି ପାଖରେ ଥିବା ପରିବାର ଲୋକ ତୁରନ୍ତ ତାଙ୍କୁ ଉଦ୍ଧାର କରି କାମାକ୍ଷାନଗର ଉପଖଣ୍ଡ ମେଡିକାଲରେ ଭର୍ତ୍ତି କରାଇଥିଲେ । ସେଠାରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ  ଓ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରିଛନ୍ତି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.