ଚାଷୀ-ସରକାର ତୃତୀୟ ପର୍ଯ୍ୟାୟ ବୈଠକ; ପଞ୍ଜାବରେ ରେଳ ରୋକ୍, ଟୋଲ୍ ଫ୍ରି’ ଘୋଷଣା

Published By : Prameya-News7 Bureau | February 15, 2024 IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ସମସ୍ତ ସୀମା ସିଲ୍, ତଥାପି ତୀବ୍ର ରୂପ ଧାରଣ କଲାଣି କୃଷକ ଆନ୍ଦୋଳନ । ଚାଷୀଙ୍କୁ ଅଟକାଇବାକୁ ଆପ୍ରାଣେ ଉଦ୍ୟମ କରୁଛି ପୋଲିସ୍ ପ୍ରଶାସନ । ଚାଷୀ ସଂଗଠନର ଜିଦ୍ ଆଇନରେ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟ । ନିଜ ହକ୍ ଦାବିରେ ପ୍ରାୟ ୨ଶହରୁ ଅଧିକ କୃଷକ ସଂଗଠନ ଦିଲ୍ଲୀରେ ସୀମାରେ ଏକତ୍ରୀତ ହୋଇଛନ୍ତି । ବୁଧବାର ପଞ୍ଜାବ-ହରିୟାଣା ସୀମାରେ ଚାଷୀ ଓ ଅର୍ଦ୍ଧସାମରିକ ବାହିନୀ ମୁହାଁମୁହିଁ ହୋଇଛନ୍ତି । ପୋଲିସର ଲୁହ ବୁହା ଗ୍ୟାସ୍ ବ୍ୟବହାର କରିବା ସହିତ ରବର ବୁଲେଟ୍ ମାଡ଼ କରିଛି । ଏଥିରେ ଅନେକ ଚାଷୀ ଆହତ ହୋଇଥିବା ଅଭିଯୋଗ ହୋଇଛି । ସେପଟେ ଆହତଙ୍କୁ ଚିକିତ୍ସା ଖର୍ଚ୍ଚ ଯୋଗାଇ ଦେବାକୁ ଘୋଷଣା କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ।

ଗୁରୁବାର ଚାଷୀ ନେତା ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ତୃତୀୟ ପର୍ଯ୍ୟାୟ ବୈଠକ ବସିବ । ଏନେଇ ସୂଚନା ଦେଇଛନ୍ତି, ପଞ୍ଜାବ କିଷାନ ମଜଦୁର ସଂଘର୍ଷ କମିଟିର ମହାସଚିବ ତଥା ଚାଷୀ ନେତା ସରଓ୍ବନ ସିଂହ ପେଣ୍ଢର । କେନ୍ଦ୍ର ମନ୍ତ୍ରୀଙ୍କ ସହିତ ସଂଗଠନର ମିଟିଂ ରହିଛି, ହେଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ଆଲୋଚନା କରିବାକୁ ଚାଷୀ ଚାହୁଁଛନ୍ତି ବୋଲି ସେ କହିଛନ୍ତି । ବୈଠକ ସକରାତ୍ମକ ହେବ ଏବଂ ଚାଷୀଙ୍କ ଦାବିର ସମାଧାନ ସୂତ୍ର ବାହାରିବ । ଏହା ସହିତ ଦିଲ୍ଲୀରେ ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନ ପାଇଁ ସରକାରଙ୍କୁ ଅନୁମତି ମଗାଯିବ ବୋଲି ଚାଷୀ ନେତା କହିଛନ୍ତି ।

wp:embed {"url":"https://www.prameyanews7.com/nitin-gadkari-visit-odisha-today/","type":"wp-embed","providerNameSlug":"prameya-news-7"}
https://www.prameyanews7.com/nitin-gadkari-visit-odisha-today/
/wp:embed

ସେପଟେ ଚାଷୀଙ୍କ ବିପକ୍ଷରେ ପୋଲିସର ଦମନ ନୀତିକୁ ବିରୋଧ କରିଛି କୃଷକ ୟୁନିୟନ-ଏକତା ମଞ୍ଚ । ଗୁରୁବାର ସଂଗଠନ ଅର୍ଥନୈତିକ ଅବରୋଧ ପାଇଁ ଘୋଷଣା କରିଛି । ପଞ୍ଜାବରେ ଟ୍ରେନ ଅବରୋଧ କରିବା ସହିତ ଦିନ ୧୧ରୁ ୨ଟା ଯାଏ ଜାତୀୟ ରାଜପଥରେ ଟୋଲ୍ ପ୍ଲାଜା ଫ୍ରି’ କରିବାକୁ ଘୋଷଣା କରିଛି । ଏହାକୁ ଦୃଷ୍ଟିରେ ରଖି ହରିଆଣାର ୭ ଜିଲ୍ଲାରେ  ଇଣ୍ଟରନେଟ୍‌ ବ୍ୟାନ୍‌ ଅବଧିକୁ ଫେବ୍ରୁଆରୀ ୧୫  ରାତି ୧୨ଟା ପର୍ଯ୍ୟନ୍ତ ବଢ଼ାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.