ଧାନର ଅଭାବୀ ବିକ୍ରି ନେଇ ତାତିଲେ ଚାଷୀ, ସେବା ସମବାୟ ସମିତି ଆଗରେ ଧାରଣା

Published By : Prameya-News7 Bureau | December 20, 2021 IST

ନୀଳଗିରି ୨୦।୧୨: ଧାନର ଅଭାବୀ ବିକ୍ରି ନେଇ ଚାଷୀମାନେ ଏଆରସିଏସଙ୍କୁ ସ୍ମାରକପତ୍ର ପ୍ରଦାନ କରିବା ପରେ ମଧ୍ୟ ସୁଫଳ ମିଳିପାରିନାହିଁ । ବାଧ୍ୟ ହୋଇ ଚାଷୀମାନେ ଔପଦା ବ୍ଲକ ଶ୍ୟାମସୁନ୍ଦର ସେବା ସମବାୟ ସମିତି ଆଗରେ ଧାରଣା ଦେଇଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ଚଳିତବର୍ଷ ଭଲ ଧାନ ଫସଲ ହୋଇଥିବା ବେଳେ ଚକଡାପୋକ ଓ ଅଦିନିଆ ବର୍ଷା ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲାଇ ଦେଇଛି । ଯାହା କିଛି ବାକି ରହିଥିଲା ଅମଳ ବେଳକୁ ଧାନ ବିକ୍ରି ପାଇଁ ମଣ୍ଡି ଖୋଲାଯାଇନଥିବାରୁ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଔପଦା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ସେବା ସମବାୟ ସମିତି ଅଧୀନରେ ଥିବା ଚାଷୀମାନଙ୍କର ଏବେ ଅଭାବୀ ଧାନ ବିକ୍ରି ଦେଖାଦେଇଛି ।

ଗତ ୧୫ ତାରିଖଠାରୁ ମଣ୍ଡି ଖୋଲିବାକୁ ନିର୍ଦ୍ଦେଶ ଆସିଥିବା ବେଳେ ଧାନ ମଣ୍ଡି ଖୋଲାଯାଇ ପାରି ନଥିବାରୁ ଚାଷୀମାନେ ଧାନବିକ୍ରି କରିପାରିନାହାନ୍ତି । ୨୦ ତାରିଖଠାରୁ ଧାନ କିଣିବା ଦାବିରେ ଏକ ଦସ୍ତଖତ ସମ୍ବଳିତ ଦାବିପତ୍ର ଏଆରସିଏସଙ୍କୁ ପ୍ରଦାନ କରାଯାଇଥିବା ବେଳେ ସୁଫଳ ନମିଳିବାରୁ ଚାଷୀମାନେ ବାଧ୍ୟ ହୋଇ ଶ୍ୟାମସୁନ୍ଦରପୁର ସେବା ସମବାୟ ସମିତି ଆଗରେ ଧାରଣା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.