ନୂଆଦିଲ୍ଲୀ ୨୯।୧୧: ନୂତନ କୃଷି ଆଇନ ୨୦୨୦ ବିରୋଧରେ ଆନ୍ଦୋଳନରତ କୃଷକ ପଛକୁ ହଟିବାକୁ ପ୍ରସ୍ତୁତ ନାହାନ୍ତି। ଏବେ କୃଷକ ସଂଘ ବୁରାଡି ଯିବାକୁ ସିଧାସଳଖ ମନା କରି ଦେଇଛନ୍ତି। ବୁରାଡି ସେମାନଙ୍କ ପାଇଁ ଖୋଲା ଜେଲ୍ ପରି ବୋଲି ସଂଘ କହିଛି। କିଷାନ ସଂଗଠନ ଭାରତୀୟ କିଷାନ ୟୁନିୟନ ପଞ୍ଜାବର ରାଜ୍ୟ ସଭାପତି ସୁରଜିତ ସିଂହ ଫୁଲ କହିଛନ୍ତି, ଆଲୋଚନା ପାଇଁ ରଖାଯାଇଥିବା ସର୍ତ୍ତ କୃଷକଙ୍କ ପାଇଁ ଅପମାନ। ଆମେ ବୁରାଡି କେବେ ବି ଯିବୁନି। ବୁରାଡି ଓପନ ପାର୍କ ନୁହେଁ ଏକ ଓପନ ଜେଲ୍ ବୋଲି ସେ କହିଛନ୍ତି।
ସେ କହିଛନ୍ତି, ଆମେ ବୁରାଡି ନଯିବାକୁ ନିଷ୍ପତ୍ତି ନେଇଛୁ। ଆମକୁ ସ୍ପଷ୍ଟ ସୂଚନା ମିଳିଛି ଯେ, ବୁରାଡି ଆମ ପାଇଁ ଓପନ ଜେଲ୍। ଉତ୍ତରାଖଣ୍ଡ କିଷାନ ସଂଘର ସଭାପତିଙ୍କୁ ଦିଲ୍ଲୀ ପୁଲିସ ଜନ୍ତର ମନ୍ତର ନେବା କହି ବୁରାଡି ପଡିଆକୁ ଆଣି ବନ୍ଦ କରି ଦେଇଥିବା ଅଭିଯୋଗ ହୋଇଛି।
{"id":369740,"width":579,"height":434,"sizeSlug":"large"}ସେ କହିଛନ୍ତି, ଚାଷୀ ଭାଇମାନେ ବୁରାଡି ଯିବା ପରିବର୍ତ୍ତେ ଦିଲ୍ଲୀର ପାଞ୍ଚ ପ୍ରବେଶ ପଥକୁ ଘେରାଉ କରିବେ। ଆମ ପାଖରେ ଚାରି ମାସର ରାସନ ସାମଗ୍ରୀ ରହିଛି। ତେଣୁ ଆମ ପାଇଁ କିଛି ଚିନ୍ତାର ବିଷୟ ନାହିଁ। ଆମର ଅପରେସନ କମିଟି ଆଗକୁ ଏ ନେଇ ନିଷ୍ପତ୍ତି ନେବେ। ଆମେ ନିଜର ମଞ୍ଚରେ କୌଣସି ରାଜନୈତିକ ପାର୍ଟିକୁ ଜାଗା ଦେବୁ ନାହିଁ। ଆମେ ଦୁଇ ମାସ ହେଲା ଆନ୍ଦୋଳନ କରୁଛୁ। ସେ କଂଗ୍ରେସ ହେଉ କି ବିଜେପି କୌଣସି ପାର୍ଟିକୁ ନିଜ ମଞ୍ଚରେ ସ୍ଥାନ ଦେବୁ ନାହିଁ।
{"id":369741,"sizeSlug":"large"}ଏହା ପୂର୍ବରୁ କୃଷକଙ୍କ ବୈଠକରେ କୃଷକ ସଂଘ ଅମିତ୍ ଶାହାଙ୍କ ପ୍ରସ୍ତାବକୁ ଖାରଜ କରିଥିଲେ। ଶାହା ପ୍ରସ୍ତାବ ଦେଇଥିଲେ ଯେ, ଯଦି କୃଷକ ବର୍ଡରରୁ ହଟି ଦିଲ୍ଲୀର ବୁରାଡିରେ ନିରଙ୍କାରୀ ସମାଗମ ପଡିଆକୁ ନିଜର ଆନ୍ଦୋଳନ ସ୍ଥାନାନ୍ତର କରିବେ ତେବେ ସରକାର କୃଷକଙ୍କ ସହ ଆଲୋଚନା କରିବାକୁ ପ୍ରସ୍ତୁତ। ପୂର୍ବାହ୍ନ ୧୧ଟାରେ ଆରମ୍ଭ ହୋଇଥିବା କୃଷକଙ୍କ ବୈଠକ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଚାଲିଥିଲା। ବୈଠକରେ ଗୃହ ମନ୍ତ୍ରୀ ଶାହାଙ୍କ ସର୍ତ୍ତ ନମାନିବାକୁ ନିଷ୍ପତ୍ତି ନିଆଯାଇଥିଲା। କୃଷକ ସଂଘର କହିବା କଥା ସେମାନେ ବିନା ସର୍ତ୍ତରେ ସରକାରଙ୍କ ସହ ଆଲୋଚନା କରିବାକୁ ପ୍ରସ୍ତୁତ।