oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ଗୁରୁବାରଠୁ ରାଜ୍ୟରେ ବର୍ଷା, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ସିଂଘୁ, ଗାଜିପୁର ଓ ଟିକରୀ ସୀମାରେ ଇଣ୍ଟରନେଟ୍ ସେବା ବ୍ୟାନ୍ ବିରୋଧରେ ୬ ତାରିଖରେ କୃଷକଙ୍କ ଦେଶବ୍ୟାପୀ ଚକା ଜାମ୍

2/02/2021 at 1:54 PM

ନୂଆଦିଲ୍ଲୀ ୦୨/୦୨ : ରାଜଧାନୀର ସିଂଘୁ, ଗାଜିପୁର ଓ ଟିକରି ସୀମାରେ ଆଇନ ବ୍ୟବସ୍ଥା ବଜାୟ ରଖିବାକୁ ସରକାର ଇଣ୍ଟରନେଟ ସେବା ବନ୍ଦ ରଖିଛନ୍ତି। ଏହାର ବିରୋଧରେ କୃଷକ ଦେଶବ୍ୟାପି ଚକା ଜାମ୍ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି। କୃଷକ ସୋମବାର ଦିନ ଏ ସମ୍ବନ୍ଧରେ ବୈଠକ କରିଥିଲେ। ବୈଠକ ପରେ ନିଷ୍ପତ୍ତି ହୋଇଥିଲା ଯେ ଫେବୃଆରୀ ୬ ତାରିଖରେ ଦେଶର ସବୁ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ୩ ଘଣ୍ଟା ପାଇଁ ଚକା ଜାମ କରାଯିବ। ଦିଲ୍ଲୀରେ ବିଭିନ୍ନ ସୀମାରେ ଇଣ୍ଟରନେଟ୍ ବ୍ୟାନ୍ କରିବା ଓ କୃଷକଙ୍କୁ ରାଜଧାନୀରେ ପ୍ରବେଶ ନ କରିବାକୁ ଦେବାକୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା ବିରୋଧରେ କୃଷକ ଚକା ଜାମ୍ ଆନ୍ଦୋଳନ କରିବାକୁ ଯାଉଛନ୍ତି।

ସୂଚନାଯୋଗ୍ୟ ଯେ, ଜାଣୁଁରାଇ ୩୧ ତାରିଖରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ସିଂଘୁ, ଗାଜିପୁର ଓ ଟିକରୀ ସୀମା ନିକଟସ୍ଥ ଅଞ୍ଚଳରେ ଇଣ୍ଟରନେଟ୍ ସେବା ବ୍ୟାନ୍ ଅବଧି ବଢ଼ାଇ ଦେଇଥିଲେ। ମନ୍ତ୍ରାଳୟର ଆଦେଶରେ କୁହାଯାଇଥିଲା ଯେ ଏହିସବୁ ଅଞ୍ଚଳରେ ଫେବୃଆରୀ ୨ ତାରିଖ ରାତି ୧୧ଟା ଯାଏଁ ଇଣ୍ଟରନେଟ ସେବା ବନ୍ଦ ରହିବ। ହିନ୍ଦୁସ୍ଥାନ ଟାଇମ୍ସ ଖବର ଅନୁଯାୟୀ, ସୋମବାର ଦିନ କୃଷକ ଆନ୍ଦୋଳନକୁ ନେଇ ଟ୍ୱିଟର ଇଣ୍ଡିଆ ୨୫୦ ନାମୀ ହସ୍ୱତୀଂକ ଟ୍ୱିଟର ଆକାଉଣ୍ଟ ବ୍ୟାନ କରିଥିଲା। ଏହାପରେ କୃଷକ ସଂଗଠନ ୬ ତାରିଖରେ ଚକା ଜାମ କରିବାକୁ ନିଷ୍ପତ୍ତି ନେଇଥିଲେ।

ସୂଚନାଯୋଗ୍ୟ ଯେ, ଗାଜିପୁର ସୀମାରେ ଭାରତୀୟ କୃଷକ ସଂଗଠନ ନେତା ରାକେଶ ଟିକାୟତଙ୍କ ନେତୃତ୍ତ୍ୱରେ ହଜାର ହଜାର ସଂଖ୍ୟାରେ କୃଷକ ଜମା ହୋଇଛନ୍ତି। ସିଂଘୁ ଓ ଟିକରୀ ସୀମାରେ ମଧ୍ୟ ପଞ୍ଜାବ ଓ ହରିୟାଣାରୁ ଆସିଥିବା ଲକ୍ଷ ଲକ୍ଷ ଚାଷୀ ନିଜ ଦାବି ସମର୍ଥନରେ ପ୍ରଦର୍ଶନ କରୁଛନ୍ତି। ଏହି କୃଷକଙ୍କୁ ଦିଲ୍ଲୀକୁ ଆସିବାକୁ ରୋକିବା ପାଇଁ ସୋମବାର ଦିନ ଦିଲ୍ଲୀ ପୋଲିସ କଡା ସୁରକ୍ଷା ବ୍ୟବସ୍ଥା କରିଥିଲା। ପୋଲିସ ରାସ୍ତାରେ ଗୋଟିଏ ଗୋଟିଏ ଫୁଟ୍ ଦୂରତା ଯାଏଁ ଲୁହା କଣ୍ଟା ପୋତି ଦେଇଛି। ତାଛଡା ରାସ୍ତାରେ ବ୍ୟାରିକେଡ୍ ଓ ରୋଡ୍ ଡିଭାଇଡ଼ର୍ସ ମଧ୍ୟ ରଖି ଦେଇଦେଇଛି।

   Related Posts