ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆମିଷ ବଜାରରେ କରୋନାର ପ୍ରଭାବ: ୬,୦୦୦ ଜିଅଁନ୍ତା କୁକୁଡା ଗାତରେ ପୋତି ଦେଲେ ଚାଷୀ, ଭିଡିଓ ଦେଖି ଲୋକେ ଆହୁରି ଭୟଭୀତ

12/03/2020 at 5:43 PM

କର୍ଣ୍ଣାଟକ ୧୨/୩: କରୋନା ଭୟରେ କୁକୁଡ଼ା ଚାଷୀ ହନ୍ତସନ୍ତ। କରୋନା ଭୟରେ ଆମିଷ ବଜାର ଖାଁ ଖାଁ ଲାଗୁଛି। ବଜାରରେ ଚିକେନ ଦର ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି। ଚିକେନ ଖାଇଲେ କରୋନା ଭାଇରସ୍ ଆକ୍ରମଣ କରିବ, ଏହି ଭୟ ସମସ୍ତଙ୍କ ମନରେ ବସା ବାନ୍ଧି ଯାଇଛି। ଏପରି କି ଚିକେନ ନ ଖାଇବା ପାଇଁ ଡାକ୍ତରମାନେ ମଧ୍ୟ ପରାମର୍ଶ ଦେଇଛନ୍ତି। କୁକୁଡ଼ା ମାଂସ ଖାଇଲେ କରୋନା ଭାଇରସ୍ ଆକ୍ରମଣ କରିବ, ଏ ନେଇ ସୋସିଆଲ ମିିଡିଆରେ ବିଭିନ୍ନ ପ୍ରକାର ଗୁଜବ ମଧ୍ୟ ଉଠୁଛି।

ଏହି ସମୟରେ କର୍ଣ୍ଣାଟକର ବେଲଗାବୀ ଅଞ୍ଚଳରେ ଏକ ବିଚିତ୍ର ଦୃଶ୍ୟ ସାମ୍ନାକୁ ଆସିଛି। ଜଣେ କୁକୁଡ଼ା ଚାଷୀ ୬ ହଜାର ଜିଅଁନ୍ତା କୁକୁଡାକୁ ଗାତରେପୋତି ଦେଇଛନ୍ତି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି। ଚାଷୀ ମଙ୍କଦରାଙ୍କ କହିବା ମୁତାବକ, କରୋନା ଭୟରେ ଲୋକେ ଚିକେନ ଖାଇବା ଛାଡ଼ି ଦେଇଛନ୍ତି। ଏପରି କି କିଲୋ ପିଛା ୧୦/୨୦ ଟଙ୍କାରେ ବିକ୍ରି ହେଉଛି। ତେଣୁ କୁକୁଡ଼ା ରଖି ଲାଭ ନାହିଁ ବୋଲି ମଙ୍କଦରା କହିଛନ୍ତି। ସୂଚନାଯୋଗ୍ୟ ଯେ ଚିକେନ ଖାଇବା ଦ୍ବାରା କରୋନା ଭଳି ସଂକ୍ରମିତ ରୋଗରେ ଲୋକେ ଆକ୍ରନ୍ତ ହେଉଛନ୍ତି। ଯାହାର ପ୍ରଭାବ ସିଧାସଳଖ କୁକୁଡ଼ା ଚାଷୀଙ୍କ ଉପରେ ପଡ଼ିଛି।

   Related Posts