୨୯’ରେ ସରକାରଙ୍କ ସହ ସସର୍ତ୍ତ ଆଲୋଚନା କରିବାକୁ ପ୍ରସ୍ତୁତ ଚାଷୀ, ୩୦’ରେ ଟ୍ରାକ୍ଟର ରାଲି ପାଇଁ ଆହ୍ବାନ

Published By : Prameya-News7 Bureau | December 26, 2020 IST

ନୂଆଦିଲ୍ଲୀ ୨୬/୧୨: ଦିଲ୍ଳୀ ବର୍ଡରରେ ନୂଆ କୃଷି ନିୟମ ବିରୋଧରେ ହଜାର ହଜାର କୃଷକ ୩୧ ଦିନ ହେଲା ଗର୍ଜୁଛନ୍ତି। ଗୋଟିଏ ଜିଦ, ସରକାର ନୂଆ କୃଷି ନିୟମ ପ୍ରତ୍ୟାହାର କରିନିଅ। ଏହା ଉପରେ ବାରମ୍ବାର ବୈଠକ ପରେ ବି କୌଣସି ନିଷ୍କର୍ଶ ବାହାରି ପାରିନାହିଁ। ପୁଣିଥରେ ଆଲୋଚନା ପାଇଁ ନିକଟରେ ସରକାର କୃଷକ ସଂଗଠନଙ୍କୁ ପତ୍ର ଲେଖିଥିଲେ। ଏହାର ଜବାବରେ ସରକାରଙ୍କ ସହ ଆଲୋଚନା କରିବାକୁ ୨୯ ତାରିଖ ଦିନ ଧାର୍ଯ୍ୟ କରିଛନ୍ତି କୃଷକ ସଂଗଠନ। ବୈଠକ ପାଇଁ ସରକାରଙ୍କୁ ପ୍ରସ୍ତାବ ଦେବା ସହ ନିଜର ୪ ଦାବି ମଧ୍ୟ ପଠାଇଥିବା ଜଣାପଡ଼ିଛି।

ଡିସେମ୍ବର ୨୯ ସକାଳ ୧୧ରେ ଆଗାମୀ ବୈଠକ ସରକାର ଡାକନ୍ତୁ ବୋଲି ସଂଯୁକ୍ତ କୃଷକ ସଂଗଠନ ପ୍ରସ୍ତାବ ଦେଇଛନ୍ତି। ଏହା ସହ ଆଲୋଚନା ପାଇଁ କୃଷି ମନ୍ତ୍ରାଳୟ ପକ୍ଷରୁ ପଠାଯାଇଥିବା ଚିଠିର ଜବାବରେ କୃଷକ ସଂଗଠନ କହିଛନ୍ତି, ‘ଏହି ଚିଠିରେ ବି ସରକାର ଗତ ବୈଠକର ତଥ୍ୟ ଲୋକଙ୍କୁ ଲୁଚାଇ ଭୁଆଁ ବୁଲାଇବାକୁ ଚେଷ୍ଟା କରିଛନ୍ତି। ଆମେ ପ୍ରତି ଆଲୋଚନାରେ ୩ ନୂଆ କୃଷି ନିୟମ ପ୍ରତ୍ୟାହାର ପାଇଁ ଦାବି କରିଛୁ। ସରକାର ଏହାକୁ ଭାଙ୍ଗି ଯୋଡ଼ି ଏମିତି ଦର୍ଶାଇଲେ ଯେ, ସତେ ଯେପରି ଆମେ ନିୟମ ସଂଶୋଧନ ପାଇଁ ଦାବି କରିଛୁ।’

wp:embed {"url":"https://twitter.com/ANI/status/1342805698099351552","type":"rich","providerNameSlug":"twitter","responsive":true,"className":""}
https://twitter.com/ANI/status/1342805698099351552
/wp:embed

ଅନ୍ୟପଟେ ଚାଷୀ ନେତା ଦର୍ଶନ ପାଲ କହିଛନ୍ତି, ଡିସେମ୍ବର ୩୦ରେ କୁଣ୍ଡଳି-ମାନେସାର-ପାଲଓ୍ବାର ଜାତୀୟ ରାଜପଥ ଉପରେ ନୂଆ କୃଷି ନିୟମ ବିରୋଧରେ କୃଷକମାନେ​‌ ଟ୍ରାକ୍ଟର ରାଲି କରିବେ। ଏହା ସହ ଦିଲ୍ଲୀବାସୀ ଓ ଅନ୍ୟ ସ୍ଥାନର ବାସିନ୍ଦା କୃଷକମାନଙ୍କ ସହ ଆନ୍ଦୋଳନ କରି ନୂଆବର୍ଷ ପାଳନ କରନ୍ତୁ ବୋଲି ଦର୍ଶନ ପାଲ ଅନୁରୋଧ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.