ଅଦିନିଆ ବର୍ଷା ଉଜାଡ଼ି ଦେଇଛି ଫସଲ, ଚିନ୍ତାରେ ଚାଷୀ

Published By : Prameya-News7 Bureau | November 05, 2019 IST

କୋରାପୁଟ ୦୫।୧୧ -  ପ୍ରକୃତି ସାଧୁଛି ଦାଉ । ଅଦିନିଆ ବର୍ଷା ସବୁ ଉଜାଡ଼ିଦେଇଛି ।  କେ।ରାପୁଟ ଜିଲ୍ଲାରେ ଚଳିତ ବର୍ଷ ଡେରିରେ ଚାଷ ଆରମ୍ଭ ହେ।ଇଥିଲେ ବି ଭଲ ଫସଲ ଗଣ୍ଡାକ ହେ।ଇଥିଲା । କିନ୍ତୁ ବର୍ଷା ଯେ।ଗୁଁ ବ୍ୟାପକ ଫସଲ ନଷ୍ଟ ହେ।ଇଛି । ଯାହାକୁ ନେଇ  ଚିନ୍ତାରେ ଚଷା ପୁଅ ।

{"id":179608}

ହସି ଉଠୁଥିଲା କ୍ଷେତ । ପୁରିଲା ପୁରିଲା ଧାନ ଓ ମାଣ୍ଡିଆ ବିଲକୁ ଦେଖି କୁଣ୍ଡମେ।ଟ ହେ।ଇଯାଇଥିଲା ଚାଷୀର ଛାତି । କିନ୍ତୁ ସେ ଖୁସି ବେଶୀ ଦିନ ରହିଲାନି । ଗତ ଲଗାଣ ବର୍ଷା କେ।ରାପୁଟ ଜିଲ୍ଲା ଲମତାପୁଟ ଅଞ୍ଚଳ ଚାଷୀଙ୍କ ମେରୁଦଣ୍ଡ ଦେ।ହଲାଇ ଦେଇଛି । ବର୍ଷା ଯେ।ଗୁଁ ହେକ୍ଟ ହେକ୍ଟର ଜମିରେ ମାଣ୍ଡିଆ ଏବେ ଗଜା ମାରିଗଲାଣି । ଧାନ ସବୁ କଳା ପଡିଗଲାଣି । ଉଜଡା ଫସଲକୁ ସାଉଁଟିବାରେ ଲାଗିଛନ୍ତି ଚାଷୀ । ଫସଲକୁ ପ୍ରକୃତି ଦାଉରୁ ବଞ୍ଚାଇବାକୁ ଚାଲିଛି ମାଣ୍ଡିଆ କଟା । 

{"id":179609}

ଆଦିବାସୀ ଅଧ୍ୟୁଷିତ କେ।ରାପୁଟ ଜିଲ୍ଲାରେ ମାଣ୍ଡିଆ ଚାଷର ଗୁରୁତ୍ବ ଅଧିକ । ବିନା ଋଣରେ ମାଣ୍ଡିଆ ଚାଷ କରି ବର୍ଷକର ଗୁଜୁରାଣ ମେଣ୍ଟାନ୍ତି ଏମାନେ । କିନ୍ତୁ ଏଥର ଚାଷୀର ପରିଶ୍ରମ ବୃଥା ଯାଇଛି । ତେଣୁ ଯେତିକି ବଳି ପଡିଛି ତାକୁ ତରତର ହେ।ଇ କାଟିବାରେ ଲାଗିଛନ୍ତି ଚାଷୀ । ସୁରକ୍ଷିତ ସ୍ଥାନକୁ ଆଣି ସାଇତି ରଖୁଛନ୍ତି ।

{"id":179610}

ଲଗାଣ ବର୍ଷା ଚାଷୀର ଅଣ୍ଟା ଭାଙ୍ଗିଦେଇଛି । ଉଜୁଡା କ୍ଷେତକୁ ଦେଖି ଚାଷୀ ଆଖିରୁ ଲୁହ ସୁଖୁନି । ଏତିକି ବେଳେ ବାତ୍ୟା ଖବର, ଚାଷୀଙ୍କୁ ଛାନିଆ କରିଛି ।

{"id":179612}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.