ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ…
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

ସାଧାରଣ ଜନତାଙ୍କୁ କ୍ଷମା ମାଗିଲେ ଅନଶନରେ ବସିଥିବା କୃଷକ, କହିଲେ- ହକ୍ ପାଇଁ ଧାରଣାରେ ବସିଛୁ, ଆମ ବିବଶତାକୁ ବୁଝନ୍ତୁ

14/12/2020 at 4:04 PM

ନୂଆଦିଲ୍ଲୀ ୧୪।୧୨: କୃଷି ଆଇନ ବିରୋଧରେ ଦିଲ୍ଲୀ ସିଂଘୁ ସୀମାରେ ଧାରଣାରେ ବସିଥିବା କୃଷକଙ୍କ ଆନ୍ଦୋଳନକୁ ଦୁଇ ସପ୍ତାହରୁ ଅଧିକ ସମୟ ବିତିଗଲାଣି। ଥଣ୍ଡା କାକରରେ ମଧ୍ୟ କୃଷକମାନେ ନିଜ ଆନ୍ଦୋଳନ ଜାରି ରଖିଛନ୍ତି। ଆଜି କୃଷକ ସଂଗଠନ ନଅ ଘଣ୍ଟିଆ ଅନଶନରେ ବସିଛନ୍ତି। କିନ୍ତୁ ଏହି ଆନ୍ଦୋଳନ କାରଣରୁ ସାଧାରଣ ଜନତାଙ୍କୁ ମଧ୍ୟ ହଇରାଣ ହେବାକୁ ପଡୁଛି। ଏହି ସମସ୍ୟାକୁ ଦୃଷ୍ଟିରେ ରଖି ସଂଯୁକ୍ତ କିଷାନ ମୋର୍ଚ୍ଚା ଏକ କ୍ଷମା ପ୍ରାର୍ଥନା ଲେଖା ଜାରି କରିଛନ୍ତି। ଏଥିରେ ସାଧାରଣ ଜନତାଙ୍କୁ ହେଉଥିବା ସମସ୍ୟା ପାଇଁ କୃଷକ ସଂଗଠନ ଦୁଃଖ ପ୍ରକାଶ କରିଛନ୍ତି। ଏହା ମଧ୍ୟ ଭରସା ଦେଇଛନ୍ତି ଯେ, ଯଦି କୌଣସି ରୋଗୀ କିମ୍ବା ଜରୁରୀ କାମରେ ବାହାରିଥିବା ଲୋକଙ୍କୁ କୌଣସି ଅସୁବିଧା ହୁଏ  ତେବେ ତୁରନ୍ତ ଆମ ସହ ଯୋଗାଯୋଗ କରନ୍ତୁ।

ସୂଚନାଯୋଗ୍ୟ, ସଂଯୁକ୍ତ କିଷାନ ମୋର୍ଚ୍ଚା ଜରିଆରେ ଦେଶର ଅନେକ କୃଷକ ସଂଗଠନ ନୂତନ କୃଷି ଆଇନ ବିରୋଧରେ ଧାରଣା ଦେଇଛନ୍ତି। ଧାରଣା ଯୋଗୁଁ ଦିଲ୍ଲୀର ସିଂଘୁ ବର୍ଡର, ଗାଜିପୁର ବର୍ଡର, ଟିକରୀ ବର୍ଡର ଏବଂ ଏବେ ରାଜସ୍ଥାନରୁ ହରିୟାଣାକୁ ସଂଯୋଗ କରୁଥିବା ବର୍ଡର ବନ୍ଦ ରହିଛି।

କୃଷକଙ୍କ ଦ୍ଵାରା ପ୍ରକାଶିତ ପାମ୍ପଲେଟ୍‌ରେ ଲେଖା ହୋଇଛି, ଆମେ କୃଷକ, ଲୋକେ ଆମକୁ ଅନ୍ନଦାତା କୁହନ୍ତି। ପ୍ରଧାନମନ୍ତ୍ରୀ କହୁଛନ୍ତି, ସେ ଆମ ପାଇଁ ୩ ଆଇନ ଉପହାର ଭାବେ ଆଣିଛନ୍ତି। ଆମେ କହୁଛୁ ଏହି ୩ ଆଇନ ଉପହାର ନୁହେଁ, ଆମ ପାଇଁ ସଜା। ଆମକୁ ଯଦି ଉପହାର ଦେବାର ଅଛି ତେବେ ଫସଲର ଉଚିତ୍ ମୂଲ୍ୟ ଦେଇ ଆଇନର ଗ୍ୟାରେଣ୍ଟି ଦିଅନ୍ତୁ।

ଏଥିରେ ଏହା ମଧ୍ୟ ଲେଖା ହୋଇଛି, ସଡକ ବନ୍ଦ କରିବା, ଜନତାଙ୍କୁ ହଇରାଣ କରିବା ଆମର କୌଣସି ଉଦ୍ଦେଶ୍ୟ ନାହିଁ। ଆମେ ତ ଏଠାରେ ବାଧ୍ୟ ହୋଇ ବସିଛୁ। ତଥାପି ଆମର ଏହି ଆନ୍ଦୋଳନ ଯୋଗୁଁ ଆପଣଙ୍କୁ ସମସ୍ୟା ଭୋଗିବାକୁ ପଡୁଛି। ଏଥିପାଇଁ ଆମେ ହାତଯୋଡି ଆପଣଙ୍କୁ କ୍ଷମା ମାଗୁଛୁ।

ଏଥିସହ ଭରସା ଦେଇଛନ୍ତି ଯେ, ଯଦି କୌଣସି ରୋଗୀଲା ବ୍ୟକ୍ତି କିମ୍ବା ବୃଦ୍ଧଙ୍କୁ ହଇରାଣ ହେବାକୁ ପଡୁଛି, ଆମ୍ଵୁଲାନ୍ସ ଅଟକି ରହୁଛି କିମ୍ବା ଅନ୍ୟ କୌଣସି ଜରୁରୀକାଳୀନ କାମ ରହିଛି ତେବେ ଦୟା କରି ଆମ ସହ ଯୋଗାଯୋଗ  କରନ୍ତୁ। ଆମେ ଆପଣଙ୍କୁ ତୁରନ୍ତ ସାହାଯ୍ୟ ଯୋଗାଇବୁ।

   Related Posts