ଭାରତ ବନ୍ଦକୁ କୃଷକ ଓ ପରିବା ବ୍ୟବସାୟୀଙ୍କ ବିରୋଧ, ଖୋଲିଲେ ବଜାର ଓ ମଣ୍ଡି

Published By : Prameya-News7 Bureau | December 08, 2020 IST

ପ୍ରୟାଗରାଜ ୦୮/୧୨ : କେନ୍ଦ୍ର ସରକାର ଲାଗୁ କରିଥିବା କୃଷି ଆଇନ ବିରୋଧରେ କୃଷକ ସଂଗଠନ ଡିସେମ୍ବର ୮ ତାରିଖ, ମଙ୍ଗଳବାର ଦିନ ଭାରତ ବନ୍ଦ ଡାକରା ଦେଇଛନ୍ତି। କଂଗ୍ରେସ, ସମାଜବାଦୀ ପାର୍ଟି, ଆମ ଆଦମୀ ପାର୍ଟି ସମେତ ଅନେକ ରାଜନୈତିକ ଦଳ ବନ୍ଦକୁ ସମର୍ଥନ କରିଛନ୍ତି। ସଙ୍ଗମ ନଗରୀ ପ୍ରୟାଗରାଜରେ କିଛି କୃଷକ ଓ ପରିବା ବ୍ୟବସାୟୀ ଭାରତ ବନ୍ଦକୁ ସମର୍ଥନ ନ କରିବାକୁ ନିଷ୍ପତ୍ତି ନେଇଛନ୍ତି। କୃଷକ କହିଛନ୍ତି ଯେ ବହୁ ପରିଶ୍ରମ କରି ସେମାନେ କ୍ଷେତରେ ଚାଷ କରିଛନ୍ତି। ଏହିଭଳି ସ୍ଥିତିରେ ଗୋଟିଏ ଦିନ ବନ୍ଦ କଲେ ସେମାନଙ୍କ ପନିପରିବା ନଷ୍ଟ ହୋଇଯିବ ଏବଂ ତାଙ୍କର ଆର୍ଥିକ କ୍ଷତି ସହିବାକୁ ପଡିବ। ସେଥିପାଇଁ ସେମାନେ ବନ୍ଦକୁ ସମର୍ଥନ କରିବେ ନାହିଁ ଏବଂ ପନିପରିବା ନେଇ ମଣ୍ଡିକୁ ଯିବେ ବୋଲି କହିଛନ୍ତି।

ପ୍ରୟାଗରାଜର ସବୁଠାରୁ ବଡ କୃଷି ଏବଂ ଉତ୍ପାଦନ ମଣ୍ଡି ମୁଣ୍ଡେରାର ପରିବା ବ୍ୟବସାୟୀ ମଧ୍ୟ ଭାରତ ବନ୍ଦକୁ ସମର୍ଥନ ନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେମାନେ କହିଛନ୍ତି ଯେ କୃଷକଙ୍କ ଫସଲ କିଣି ସେମାନେ ଏକ ପ୍ରକାର ସେବା କାର୍ଯ୍ୟ ହିଁ କରୁଛନ୍ତି। ସେଥିପାଇଁ ଭାରତ ବନ୍ଦର କୌଣସି ମୂଲ୍ୟ ନାହିଁ। ସେମାନେ କହିଛନ୍ତି ଯେ ଚାଷୀ ପନିପରିବା ଚାଷ କରିଛନ୍ତି। କିନ୍ତୁ ଦିନେ ବନ୍ଦ ହେଲେ ବି ସେମାନଙ୍କର ହଜାର ହଜାର ଟଙ୍କା କ୍ଷତି ହେବ। ସେଥିପାଇଁ ଭାରତ ବନ୍ଦକୁ ନେଇ ଚାଷୀଙ୍କ କୌଣସି କ୍ଷତି ନ ହେବ ବୋଲି ଆସୋସିଏସନ ମଣ୍ଡି ବନ୍ଦ ନ କରିବାକୁ ନିଷ୍ପତ୍ତି ନେଇଛି।

ସୂଚନାଯୋଗ୍ୟ ଯେ, କୃଷି ସୁଧାର ଆଇନ ସଂଶୋଧନ ଏବଂ ଏମଏସପିକୁ ନେଇ କୃଷକ ସଂଗଠନ ଦିଲ୍ଲୀ ସିଂଘୁ ସୀମାରେ ଗତ କିଛି ଦିନ ହେଲା ଡେରା ପକାଇଛନ୍ତି। ଏବେ ସୁଦ୍ଧା କେନ୍ଦ୍ର ସରକାର ଓ କୃଷକ ସଂଗଠନ ମଧ୍ୟରେ ଅନେକଥର ଆଲୋଚନା ହୋଇସାରିଛି କିନ୍ତୁ କୌଣସି ନିର୍ଯ୍ୟାସ ବାହାରି ପାରିନାହିଁ। ନୂଆ କୃଷକ ଆଇନ ପ୍ରତ୍ୟାହାର କରିବାକୁ ଆନ୍ଦୋଳନରତ କୃଷକ ଦାବି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.