କୃଷକ ମାରଣ ନୀତି ପ୍ରତ୍ୟାହାର ଦାବିରେ ଗର୍ଜିଲେ ଚାଷୀ ଓ ବିଭିନ୍ନ ସଂଗଠନ, ଆନ୍ଦୋଳନ ତୀବ୍ରତର ନେଇ ଦେଲେ ଚେତାବନୀ

Published By : Prameya-News7 Bureau | December 14, 2020 IST

ଝାରସୁଗୁଡା ୧୪। ୧୨: କେନ୍ଦ୍ର ସରକାରଙ୍କ କୃଷକ ମାରଣ ନୀତି ଓ ସଂସଦରେ ଗୃହୀତ କୃଷି ବିଧେୟକୁ ପ୍ରତ୍ୟାହାର ଦାବିରେ ଝାରସୁଗୁଡା ଜିଲାରେ ମଧ୍ୟ ଗର୍ଜିଲେ ଚାଷୀ | ଆଜି ଝାରସୁଗୁଡା ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ  ଜିଲା କୃଷକ ସଙ୍ଘ, ବିଭିନ୍ନ ଶ୍ରମିକ ସଂଗଠନ, ରାଜନୈତିକ ସଂଗଠନର ମିଳିତ ଆହ୍ୱାନରେ ଆଜି ଝାରସୁଗୁଡା ଜିଲାପାଳ  ଧାରଣା ଦିଆଯାଇଥିଲା।

ଏହି ଧାରଣା କାର୍ଯ୍ୟକ୍ରମରେ ଚାଷୀଙ୍କ ସ୍ୱରରେ ସ୍ୱର ମିଳାଇ କଂଗ୍ରେସ ଓ ବାମପନ୍ଥୀ ଦଳର ନେତ୍ରୁ ବୃନ୍ଦ କେନ୍ଦ୍ର ସରକାରଙ୍କ ନୀତିକୁ ତୀବ୍ର ସମାଲୋଚନା କରି ତୁରନ୍ତ ସରକାର କ୍ରୁଷି ବିଲକୁ ପ୍ରତ୍ୟାହର ନକଲେ ଆଗାମୀ ଦିନରେ ଚାଷୀ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଥିଲେ | ଧାରଣା ଓ ବିକ୍ଷୋଭ ମଧ୍ୟରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଥିଲେ ଆନ୍ଦୋଳନରେ ସମିଲ ସଂଗଠନ |

ଜିଲାର ୫ଟି ବ୍ଲକ ଓ ୩ଟି ପୌରାଞ୍ଚଳରୁ ବହୁସଂଖ୍ୟାରେ ଚାଷୀ, ପୁରୁଷ ଓ ମହିଳାମାନେ ଯୋଗ ଦେଇଥିଲେ| ଏହି ଆନ୍ଦୋଳନରେ ଚାଷୀନେତା ସୁରେନ୍ଦ୍ର ସାହୁ, ଗୋପୀନାଥ ମାଝୀ, ବିରଞ୍ଚି ସାହୁ, କଂଗ୍ରେସ ନେତା ସିୟରାମ ଦାସ, କମ୍ୟୁନିଷ୍ଟ ନେତା ସାରଂଗଧର ମିଶ୍ର, ପ୍ରଗତିଶୀଳ ଶ୍ରମିକ ମଞ୍ଚ ଆବାହକ ରକ୍ଷାକରଙ୍କ ସମେତ ବହୁ ଗଣ ସଂଗଠନର ନେତା ଯୋଗଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.