suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ବେଙ୍ଗଲ ଦଙ୍ଗା ଉପରେ ଫିଲ୍ମ କରିବ ବିଜେପି, ସ୍ବାଧୀନତା ସମୟରେ କଲିକତା ସ୍ଥିତିର ମିଳିବ ଝଲକ
  • ||
  • ଶେଷ ପର୍ଯ୍ୟନ୍ତ ଲଢ଼ି ଅଷ୍ଟ୍ରେଲିଆ ‘ଏ’ କୁ ୨-୧ରେ ହରାଇଲା ଭାରତୀୟ ମହିଳା ହକି ଦଳ
  • ||
  • କୁସ୍ତି ଯୋଦ୍ଧାଙ୍କ ସମର୍ଥନରେ ବାହାରିଲେ ରାମଦେବ, କହିଲେ ମା’ଭଉଣୀଙ୍କ ବିଷୟରେ ବେକାର କଥା କହୁଥିବା ବ୍ରିଜ ଭୂଷଣଙ୍କୁ ଗିରଫ କର
  • ||
  • ଦିଲ୍ଲୀ ୟୁନିଭର୍ସିଟି ସିଲାବସରୁ ହଟିଲା ‘ସାରେ ଜାହାଁ ସେ ଆଚ୍ଛା’ର ଲେଖକ ମହମ୍ମଦ ଇକ୍‌ବାଲଙ୍କ ବିଷୟ
  • ||
  • ଏବେ ଉତ୍ତରାଖଣ୍ଡ ସଂଲଗ୍ନ LACରେ ଦ୍ରୁତ ଗତିରେ ଗାଁ ଗଢି ଚାଲିଛି ଚୀନ, ସୈନ୍ୟ ଶିବିର ବି ନିର୍ମାଣ କରୁଛି
  • ||
  • ହାଇଦ୍ରାବାଦ: କେନ୍ଦ୍ରର ଅଧ୍ୟାଦେଶ ବିରୋଧରେ ସମର୍ଥନ ପାଇଁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେଜରିଓ୍ଵାଲ
  • ||
  • ନୂଆଦିଲ୍ଲୀ: ଜବାହରଲାଲ ନେହେରୁଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କଲେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାହୁଲ ଗାନ୍ଧୀ
  • ||
  • IPL 2023: ମୁମ୍ବାଇକୁ ହରାଇ ଲଗାତାର ୨ୟ ଥର ଫାଇନାଲ୍‌ରେ ଗୁଜରାଟ ଟାଇଟନ୍ସ, ରବିବାର ଚେନ୍ନାଇ ସହ ଟାଇଟଲ୍ ମୁକାବିଲା
  • ||
  • ବିଜେପି ସରକାରର ୯ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ୯ଟି ପ୍ରଶ୍ନ କଲା କଂଗ୍ରେସ
  • ||
  • ଟିଏମ୍‌ସି ସାଂସଦ ଅଭିଷେକ ବାନାର୍ଜୀଙ୍କ କାର୍କେଡ୍‌ ଉପରେ ଆକ୍ରମଣ, ଇଟା ଫିଙ୍ଗି ଭାଙ୍ଗିଲେ ମନ୍ତ୍ରୀଙ୍କ କାର୍ କାଚ
  • ||

କେନ୍ଦ୍ର ସରକାରଙ୍କ କୃଷକ ଓ ଶ୍ରମିକ ବିରୋଧୀ ଆଇନ ପ୍ରଣୟନକୁ ବିରୋଧ, ଚାଷୀ ଓ ଶ୍ରମିକ ସଂଗଠନ ପକ୍ଷରୁ ବିକ୍ଷୋଭ ଓ ପ୍ରତିବାଦ

23/09/2020 at 5:00 PM

ସାନଖେମୁଣ୍ଡି ୨୩।୯: ସର୍ବ ଭାରତୀୟ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ଡାକରାରେ ବୁଧବାର ଦିଗପହଣ୍ଡି ବସଷ୍ଟାଣ୍ଡଠାରେ ସିପିଆଇ, ସିପିଆଇ (ଏମ) ଏବଂ କଂଗ୍ରେସ ସମର୍ଥିତ ଏଆଇଟିୟୁସି, ସିଆଇଟିୟୁ, ଆଇଏନଟିୟୁସି ଶ୍ରମିକ ସଙ୍ଗଠନମାନଙ୍କ ପକ୍ଷରୁ ବିକ୍ଷୋଭ ଓ ପ୍ରତିବାଦ ସଭା । କେନ୍ଦ୍ର ସରକାରଙ୍କ କୃଷକ ଓ ଶ୍ରମିକ ବିରୋଧୀ ଆଇନ ପ୍ରଣୟନ ବିରୋଧରେ ବିକ୍ଷୋଭ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶ୍ରମିକ ସଙ୍ଗଠନ ଏଆଇଟିୟୁସି ଗଞ୍ଜାମ ଜିଲ୍ଲା ସମ୍ପାଦକ ଅଳକ ନାଥ ମିଶ୍ର ସଭାରେ ଅଧ୍ୟକ୍ଷତା କରିଥିଲେ ।

କେନ୍ଦ୍ର ସରକାରଙ୍କ କୃଷି, ଶିକ୍ଷା, ସ୍ବାସ୍ଥ୍ୟ, ବ୍ୟାଙ୍କିଙ୍ଗ, କର୍ପୋରେଟ, ଫୋରେନସିକ ମେଡ଼ିସିନ୍ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ସଂକ୍ରାନ୍ତ ଜନବିରୋଧୀ ବିଲ୍ ଗୁଡ଼ିକୁ ପାର୍ଲାମେଣ୍ଟରେ ଅନୁମୋଦନ କରିଛନ୍ତି । ଯାହାକି ଗଣତନ୍ତ୍ର ବିରୋଧୀ ।କେନ୍ଦ୍ର ସରକାରଙ୍କ କୃଷକ ସଶକ୍ତୀକରଣ ବିଲ୍ ରେ ନାମମାତ୍ର ଓ କ୍ଷୁଦ୍ର ଚାଷୀମାନେ ଘୋର କ୍ଷତିର ସମ୍ମୁଖୀନ ହେବେ  । ଚାଷୀ ତାର ଉତ୍ପାଦିତ ଫସଲର ଲାଭଜନକ ଦର ନପାଇ ଅଭାବୀ ବିକ୍ରି ର ଶିକାର ହେବେ । ସରକାର ମଣ୍ଡି ବ୍ୟବସ୍ଥାକୁ ଉଚ୍ଛେଦ କରି ବାହାର ପୁଞ୍ଜିପତି ଓ ବଡ଼ ବଡ଼ ବେପାରୀମାନଙ୍କ ଲାଭ ପାଇଁ ନୂଆଁ କୃଷିନୀତିରେ ବ୍ୟବସ୍ଥା କରିଛନ୍ତି । ଚାଷୀ ତାର ଉତ୍ପାଦିତ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ପାଇବାରୁ ବଞ୍ଚିତ ହେବେ ।

ଚାଷୀଙ୍କ ପାଇଁ ସରକାରୀ ସ୍ତରରେ ପ୍ରଚଳିତ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବ୍ୟବସ୍ଥା ଉଚ୍ଛେଦ ପାଇଁ କେନ୍ଦ୍ର ସରକାର ଷଡ଼ଯନ୍ତ୍ର ଚଳାଇଥିବା ନେଇ ଅଭିଯୋଗ କରିଥିଲେ । ସର୍ବବ୍ୟାପୀ ମହାମାରୀ କୋଭିଡ -୧୯ର ମୁକାବିଲାକୁ ଏକ ସୂତ୍ରୀ କାର୍ଯ୍ୟକ୍ରମ ଭାବେ ଗ୍ରହଣ କରିବା ପରିବର୍ତ୍ତେ କେନ୍ଦ୍ର ସରକାର ସାଧାରଣ ଜନତାଙ୍କ ଜୀବନ ଜୀବିକାକୁ ଅଣଦେଖା କରି ନାନାଦି ଜନ ସ୍ବାର୍ଥ ବିରୋଧୀ କାର୍ଯ୍ୟମାନ କରି ଚାଲିଛନ୍ତି ବୋଲି ସଭାରେ ଦଳୀୟ ନେତୃବୃନ୍ଦ ଉଦବୋଧନ ଦେଇଥିଲେ।

ଏହି ମହାମାରୀ ବିଭୀଷିକା ସମୟରେ କେନ୍ଦ୍ରସରକାର ବିଭିନ୍ନ ଆଇନ ଗୁଡିକର ସଂଶୋଧନ, ବାତିଲ କିମ୍ବା ବିକୃତ କରିଛନ୍ତି ତାହା ସମ୍ବିଧାନ ବିରୋଧୀ ଅଟେ । କେନ୍ଦ୍ର ସରକାର ୧୧ଟି ଅଧ୍ୟାଦେଶ ଜାରି କରିଛନ୍ତି । ଚାଷୀ ଓ ଚାଷ ସମ୍ପର୍କୀୟ ଅଧ୍ୟାଦେଶ ଜାରି କରି ଚାଷୀ କୂଳକୁ ସର୍ବସ୍ବାନ୍ତ କରିବାକୁ ମସୁଧା ଚଳାଇଛନ୍ତି । ଭାଗ ଚାଷୀଙ୍କ ଅଧିକାର ନଷ୍ଟ ହୋଇଛି । ସେହିପରି ଶ୍ରମିକ ଓ କମ୍ପାନୀ କର୍ମଚାରୀମାନଙ୍କ ଅଧିକାରକୁ ଛଡେଇ ନେବା ପାଇଁ ଶ୍ରମ ଆଇନରେ ବ୍ୟାପକ ସଂଶୋଧନ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ଵାଧୀନ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚାଲିଥିବା ପାର୍ଲାମେଣ୍ଟ ଅଧିବେଶନକୁ ବିରୋଧ କରି ଦେଶବ୍ୟାପୀ ପ୍ରତିବାଦ ଆନ୍ଦୋଳନ ପରିପ୍ରେକ୍ଷୀରେ ଏହି ବିକ୍ଷୋଭ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା ।

କାର୍ଯ୍ୟକ୍ରମରେ ସିପିଆଇ (ଏମ) ଗଞ୍ଜାମ ଜିଲ୍ଲା କମିଟି କର୍ମକର୍ତ୍ତା ଅଶ୍ୱିନୀ ଦାସ, କୁରେଶୁ ପଣ୍ଡା, ପି. ଶିବ ଶଙ୍କର, ଉଜ୍ଜଳ ସାହୁ, ଭି. ସୁଦର୍ଶନ ରାଜୁ, ସିପିଆଇ ଜୋନାଲ କମିଟି ସମ୍ପାଦକ କିଶୋର ଶତପଥୀ, ତପନ କୁମାର ମିଶ୍ର, ସମୀର ଚନ୍ଦ୍ର ମିଶ୍ର, ଦୈତାରି ରେଡ୍ଡୀ, ମୂଷା ବେହେରା, ଜେ. ମିଟୁ ରାଓ, ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ଉପସଭାପତି ପ୍ରଫୁଲ୍ଲ ପଣ୍ଡା, କାର୍ଯ୍ୟକର୍ତ୍ତା ନୀଳକଣ୍ଠ ପଟ୍ଟନାୟକ, କେ. କୁନା, ଏମ୍. ବାଇ ନାଥ, ଭଗବାନ ସ୍ବାଇଁ ପ୍ରମୁଖ ବହୁ ସଂଖ୍ୟକ ଦଳୀୟ କର୍ମୀ ଉପସ୍ଥିତ ଥିଲେ।   

   Related Posts