ନୂଆଦିଲ୍ଲୀ ୦୫/୧୨: ଦଶମ ଦିନରେ ଚାଷୀ ଆନ୍ଦୋଳନ। କୃଷକ ସଂଗଠନ ଓ ସରକାଙ୍କ ମଧ୍ୟରେ ପଞ୍ଚମ ପର୍ଯ୍ୟାୟ ଆଲୋଚନା ଜାରି ରହିଛି। କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର, ବାଣିଜ୍ୟ ମନ୍ତ୍ରୀ ପିୟୁଷ ଗୋଏଲଙ୍କ ସମେତ ସରକାରର ଅନ୍ୟ ପ୍ରତିନିଧି ବୈଠକରେ ଛପସ୍ଥିତ ଅଛନ୍ତି। କୃଷକଙ୍କୁ ସମ୍ବୋଧନ କରି ତୋମାର କହିଛନ୍ତି ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ନୂଆ ୩ କୃଷି ନିୟମ ପ୍ରତ୍ୟାହାର କରାଯିବ ନାହିଁ। କିନ୍ତୁ ନିୟମ ସଂଶୋଧନ ସପକ୍ଷରେ ସରକାର ଅଛନ୍ତି ବୋଲି ତୋମାର କହିଛନ୍ତି।
ସରକାର କୃଷି ନିୟମ ସଂଶୋଧନ ପାଇଁ ରାଜି ଥିବା ବେଳେ କୃଷକ ସଂଗଠନ କିନ୍ତୁ କୌଣସ ପ୍ରକାର ସଂଶୋଧନ ନୁହେଁ ବରଂ ପ୍ରତ୍ୟାହାର ପାଇ ଅଡ଼ି ବସିଛନ୍ତି। ୩ଟି ନିୟମ ପ୍ରତ୍ୟାହାର ହେଉ ବୋଲି କୃଷକ ଦାବି କରିଛନ୍ତି। ଏହା କହି ସବୁ କୃଷକ ନେତା ବୈଠକ ଛାଡ଼ିବାକୁ ବାହାରିଥିବା ବେଳେ ପୁଣି ସେମାନଙ୍କୁ ବୁଝା ସୁଝା କରି ଆଲୋଚନା କରିବାକୁ କୁହାଯାଇଥିବା ଜଣାପଡ଼ିଛି। ଏହା ପରେ ୨ କେନ୍ଦ୍ର ମନ୍ତ୍ରୀ ବାହାରକୁ ଯାଇଥିଲେ। କୃଷକ ନେତାଙ୍କୁ ସରକାରଙ୍କ ପ୍ରସ୍ତାବ ଉପରେ ବିଚାର କରିବାକୁ କୁହାଯାଇଥିଲା। ବ୍ରେକ୍ ଟାଇମ୍ରେ କୃଷକ ସଂଗଠନ ସରକାରଙ୍କ ପ୍ରସ୍ତାବ ନିୟମ ସଂଶୋଧନ ଉପରେ ଚର୍ଚ୍ଚା କରିଥିଲେ।
ଦିଲ୍ଲୀ ବିଜ୍ଞାନ ଭବନରେ କୃଷକ ସଂଗଠନ ଓ ସରକାରଙ୍କ ମଧ୍ୟରେ ଶନିବାର ଅପରାହ୍ନ ୨.୩୦ରୁ ଆଲୋଚନା ଚାଲିଛି। ନ୍ୟୁଜ୍ ୧୮ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ୪୦ କୃଷକ ନେତାଙ୍କ ସହ ପଞ୍ଚମ ପର୍ଯ୍ୟାୟର ପ୍ରାରମ୍ଭିକ ଆଲୋଚନାରେ କୃଷି ନିୟମ ପରିବର୍ତ୍ତନକୁ ସ୍ବାଗତ କରିଥିଲେ ତୋମାର। କୃଷକ ନେତାଙ୍କ ସହ ସରକାର ଖୋଲା ମନରେ ଆଲୋଚନା କରିବାକୁ ଚାହୁଁଛନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ। ଏବେ ବି ଆଲୋଚନା ଜାରି ରହିଛି।