ଖନୌରୀ ବର୍ଡରରେ କୃଷକ ନେତାଙ୍କ ଦାବି, ଚାଷୀଙ୍କ ମୁଣ୍ଡକୁ ଗୁଳି ମାରିଛି ପୋଲିସ

Published By : Prameya-News7 Bureau | February 22, 2024 IST

ଖନୌରୀ ବର୍ଡର ୨୨।୨: ପଞ୍ଜାବ ଓ ହରିୟାଣାର ଶମ୍ଭୁ ବର୍ଡର ଓ ଖନୌରୀ ବର୍ଡରରେ ଚାଷୀଙ୍କ ଆନ୍ଦୋଳନ ଜାରି ରହିଛି। ବୁଧବାର ଚାଷୀଙ୍କ ଦିଲ୍ଲୀ ଅଭିଯାନ କାଳରେ ହୋଇଥିବା ହିଂସାରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ମୃତକ ପଞ୍ଜାବ ବଠିଣ୍ଡା ଜିଲ୍ଲାର ବାଲୋକେ  ଗାଁର ବାସିନ୍ଦା ଶୁଭକରଣ ସିଂହ ଭାବେ ଚିହ୍ନଟ ହୋଇଛନ୍ତି। କୃଷକ ନେତା ସରବଣ ସିଂହ ପନ୍ଧେର ଏକ ଫଟୋ ଜାରି କରି ଖନୌରୀ ବର୍ଡରରେ ଜବାନମାନେ ଶୁଭକରଣ ସିଂହଙ୍କ ମୁଣ୍ଡକୁ ଗୁଳିମାରିଥିବାର ଦାବି କରିଛନ୍ତି। ଫଟୋରେ ଜଣେ ଜବାନଙ୍କୁ ଗୁଳି ଚଳାଉଥିବାର ଦେଖାଯାଉଛି।

ମୃତ ଚାଷୀ ଶୁଭକରଣ ସିଂହ ଓ ସେ ପଞ୍ଜାବ ବଠିଣ୍ଡା ଜିଲ୍ଲା ବାଲୋକେ ଗାଁର ବାସିନ୍ଦା ବୋଲି କୁହାଯାଇଛି। ଘରେ ତାଙ୍କର ଦୁଇ ଭଉଣୀ ଓ ପିତା ଚରଣଜିତ ସିଂହ ଅଛନ୍ତି। ଶୁଭକରଣ ସ୍କୁଲ ଭ୍ୟାନ ଡ୍ରାଇଭର ଭାବେ କାମ କରୁଥିବାବେଳେ ତାଙ୍କର ୩ ଏକର ଚାଷ ଅଛି ଓ କିଛି ଗୃହପାଳିତ ପଶୁଙ୍କୁ ପାଳିଥିଲେ। ଶୁଭକରଣ ଫେବୃଆରୀ ୧୩ ତାରିଖ ଦିନ ଖନୌରୀ ବର୍ଡରରେ ୧୦ଟି ଦାବିକୁ ନେଇ ଆନ୍ଦୋଳନରତ ଚାଷୀଙ୍କ ସହ ଯୋଗ ଦେଇଥିଲେ।

{"id":912323,"sizeSlug":"full","linkDestination":"none"}
ମୃତ ଚାଷୀ

ରିପୋର୍ଟ ଅନୁସାରେ ଶୁଭକରଣ ବୁଧବାର ସକାଳେ ଖନୌରୀ ବର୍ଡରରେ ଅନ୍ୟ ସାଥୀ ଚାଷୀଙ୍କ ସହ ଆନ୍ଦୋଳନରତ କୃଷକଙ୍କ ନିମନ୍ତେ ଜଳଖିଆ ପ୍ରସ୍ତୁତ କରିଥିଲା। ଶୁଭକରଣର ଜଣେ ସାଥୀ ଚାଷୀ କହିଛନ୍ତି ଯେ ବସିକି ଜଳଖିଆ କରିବା ବେଳେ ଶୁଭ ପୁଣି ତାକୁ ଏପରି ଏକାଠି ବସି ଜଳଖିଆ ଅଥବା ଖାଇବାର ସୁଯୋଗ ମିଳିବ କି ନା ସେ ନେଇ ସନ୍ଦେହ ପ୍ରକାଶ କରିଥିଲା।

ସେପଟେ ଖନୌରୀ ବର୍ଡରରେ ପୋଲିସ ଗୁଳିରେ ଚାଷୀଙ୍କ ମୃତ୍ୟୁ କୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧି ଓ ଜାତୀୟ କଂଗ୍ରେସ ସଭାପତି ମଲ୍ଲିକାର୍ଜ୍ଜୁନ ଖଡଗେ ଶୋକ ପ୍ରକଟ କରିଛନ୍ତି। ରାହୁଲ ଗାନ୍ଧି କହିଛନ୍ତି ଯେ ଇତିହାସ ନିଶ୍ଚିତ ରୂପେ ବିଜେପିକୁ କୃଷକ ହତ୍ୟାର ହିସାବ ମାଗିବ। ଏଥିରେ ଶୁଭକରଣଙ୍କ ମୃତ୍ୟୁ ପରେ ଚାଷୀମାନେ ‘ଦିଲ୍ଲୀ ଚଲୋ’ ଆନ୍ଦୋଳନକୁ ୨ ଦିନ ନିମନ୍ତେ ରୋକି ଦେଇଛନ୍ତି। ଚାଷୀମାନେ ପୁଣି ଥରେ ମାର୍ଚ୍ଚ ୨୩ ଶୁକ୍ରବାର ବିରୋଧ ପ୍ରଦର୍ଶନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ କୃଷକ ନେତା ସରବଣ ସିଂହ ପନ୍ଧେର ଆମେ ଦୁଇ ଦିନ ଆନ୍ଦୋଳନର ରଣନୀତି ପ୍ରସ୍ତୁତ କରିବୁ ବୋଲି କହିଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.