ଜିଦରେ ଅଟଳ ଆନ୍ଦୋଳନରତ ଚାଷୀ, ପାଣି ପାଇଁ ଦ୍ୱିତୀୟ ଦିନରେ ଆନ୍ଦୋଳନ

Published By : Prameya-News7 Bureau | January 18, 2023 IST

ନୂଆପଡ଼ା ୧୭।୦୧ :  ଦ୍ୱିତୀୟ ଦିନରେ ଚାଷୀଙ୍କ ଆନ୍ଦୋଳନ। ନୂଆପଡା ଜାତୀୟ ରାଜପଥ ୩୫୩ ସିଲଦା ଠାରେ ରାସ୍ତାରୋକ। ଜିଲ୍ଲା ପ୍ରଶାସନର ବୁଝାସୁଝା ପରେ ବି ଜିଦରେ ଅଟଳ ଆନ୍ଦୋଳନରତ ଚାଷୀ। ସେଥିପାଇଁ ବୁଧବରା ମଧ୍ୟ ଏନଏଚକୁ ବନ୍ଦ କରିଛନ୍ତି।

ଚାଷ ଜମିକୁ ପାଣି ପାଇଁ ତଳମୁଣ୍ଡ ଚାଷୀ ରାସ୍ତା ଉପରେ ଆନ୍ଦୋଳନ କରୁଛନ୍ତି । ଆଜି ରାଜ ରାସ୍ତା ଅବରୋଧ ସହ ସ୍ଥାନୀୟ ଖରିଆର ରୋଡ ସହର ଏବଂ ନୂଆପଡା ସହରକୁ ବନ୍ଦ କରିବା ନେଇ ଆହ୍ବାନ ଦେଇଛନ୍ତି ତଳମୁଣ୍ଡ ଚାଷୀ । ଦୀର୍ଘ ବର୍ଷ ହେବ ରବି ରୁତୁ ଚାଷ ଆସିଲେ ପତୋରା ଡ୍ୟାମରୁ ପାଣି ଆବଣ୍ଟନକୁ ନେଇ ତଳମୁଣ୍ଡ ଏବଂ ଉପରମୁଣ୍ଡ ମଧ୍ୟରେ ଏଭଳି ବିବାଦ ଲାଗିରହିଛି ।

{"id":734448,"sizeSlug":"full","linkDestination":"none"}

ଗତକାଲି ବି ନୂଆପଡ଼ା ଜିଲ୍ଲା ସରଦା ଛକରେ ଚାଷୀମାନେ ଜାତୀୟ ରାଜପଥ ଅବରୋଧ କରିଥିଲେ। ଯାହାଫଳରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ନୂଆପଡ଼ା ଜିଲ୍ଲା ପତୋରା ଡ୍ୟାମ୍‌ର ପାଣି ଆବଣ୍ଟନକୁ ନେଇ ଦୀର୍ଘ ବର୍ଷ ହେବ ତଳମୁଣ୍ଡ ଓ ଉପରମୁଣ୍ଡ ସହ ବିବାଦ ଲାଗି ରହିଛି ।

ଉଚ୍ଚ ନ୍ୟାୟଳୟଙ୍କ ନିର୍ଦ୍ଦେଶ ଅନୁସାରେ , ପର୍ଯ୍ୟାୟକ୍ରମେ ଚଳିତ ରବି ରୁତୁ ପାଇ ତଳମୁଣ୍ଡ ପାଣି ପାଇବା କଥା। ସେପଟେ ଜିରୋ ହେଡ୍‌ରୁ ପାଣି ଦିଆଯାଉ ବୋଲି ଉପରମୁଣ୍ଡ ଚାଷି ଗତ ୧ ତାରିଖରୁ ଦିନରାତି କେନାଲ ଗେଟ୍‌ ପାଖରେ ଧାରଣାରେ ବସିଛି। ଯାହାକୁ ନେଇ ସୋମବାର ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ , ନୂଆପଡ଼ା ଜିଲ୍ଲାପାଳ ହେମକାନ୍ତ ସାଏ, ଏସ୍‌ପି ଜିଆର୍‌ ରାଘବେନ୍ଦ୍ର ଉଭୟ ତଳମୁଣ୍ଡ ଓ ଉପରମୁଣ୍ଡ ଚାଷୀକୁ  ନେଇ ଏକ ଶାନ୍ତି କମିଟି ମାଧ୍ୟମରେ ସମାଧାନ ପାଇଁ ଚେଷ୍ଟା କରିଥିଲେ। ହେଲେ ବିଫଳ ହୋଇଥିଲା ।

୧୧ ତାରିଖ ଦିନ ତଳମୁଣ୍ଡ ଚାଷୀ ଜାତୀୟ ରାଜପଥ ୩୫୩କୁ ସିଲଦା ଠାରେ ଅବରୋଧ କରିଥିବା ବେଳେ ୧୪ ତାରିଖ ଭିତରେ ସମସ୍ୟାର ସମାଧାନ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପ୍ରତିଶୃତି ଦେଇଥିଲା। ତାହା ବି ହୋଇପାରିଲାନାହିଁ। ବାରମ୍ବାର ପ୍ରଶାସନଠୁ ନିରାଶ ହେବା ପରେ ମଙ୍ଗଳବାର ବାଧ୍ୟ ହୋଇ ତଳମୁଣ୍ଡ ଚାଷୀ ଜାତୀୟ ରାଜପଥ ବନ୍ଦ କରିବା ସହ ହଲଦି, ଡୁମେରପାନି ଓ ଆମସେନା ଗାଁରେ ରାସ୍ତା ଅବରୋଧ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.