ଖୋଲା ଚିଠିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚ୍ୟାଲେଞ୍ଜ୍ କଲେ ଆନ୍ଦୋଳନକାରୀ କୃଷକ, 'ମିଛ ଅଭିଯୋଗ ଆଣନି, ବିରୋଧୀଙ୍କ ସହ ସମ୍ପର୍କର ପ୍ରମାଣ ଦିଅ'

Published By : Prameya-News7 Bureau | December 20, 2020 IST

ନୂଆଦିଲ୍ଲୀ, ୨୦|୧୨:  ନୂଆ କୃଷି ଆଇନକୁ ନେଇ ଏବେବି କୃଷକଙ୍କ ଆନ୍ଦୋଳନ ଜାରି ରହିଛି । ଦିଲ୍ଲୀ ସୀମାରେ କୃଷକମାନେ ମେଳି କରିଛନ୍ତି । ଆଇନ ପ୍ରତ୍ୟାହାର ପାଇଁ ଦାବି କରୁଛନ୍ତି । ଏହାମଧ୍ୟରେ ଅଖିଳ ଭାରତୀୟ କିଷାନ ସଙ୍ଘର୍ଷ ସମନ୍ୱୟ ସମିତି ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ପତ୍ର ଲେଖିଛି । ବର୍ତ୍ତମାନ ଚାଲିଥିବା କୃଷି ଆନ୍ଦୋଳନ ପଛରେ କୌଣସି ରାଜନୈତିକ ଦଳର ସଂପୃକ୍ତି ନାହିଁ ବୋଲି ପତ୍ରରେ ଉଲ୍ଲେଖ ରହିଛି ।

ପ୍ରଧାନମନ୍ତ୍ରୀ ମୋଦୀ ଓ କୃଷିମନ୍ତ୍ରୀଙ୍କୁ ଲେଖାଯାଉଥିବା ଚିଠିରେ ସମିତି କହିଛି ଯେ, ସରକାର କୃଷି ଆନ୍ଦୋଳନ ପଛରେ ବିରୋଧୀ ଦଳର ହାତ ଥିବା କହୁଛନ୍ତି । ଯାହା ସମ୍ପୂର୍ଣ୍ଣ ଭାବେ ମିଛ । କୃଷକ ସଙ୍ଗଠନ ପକ୍ଷରୁ ଏହି ପତ୍ର ସେତେବେଳେ ଲେଖାଯାଇଛି ଯେତେବେଳେ ମୋଦୀ ବିରୋଧୀଙ୍କୁ ଟାର୍ଗେଟ୍ କରିଥିଲେ । ବିରୋଧୀ ଦଳ କୃଷି ଆଇନକୁ ନେଇ କୃଷକଙ୍କୁ ଦ୍ୱନ୍ଦ୍ୱରେ ପକାଉଥିବା ମୋଦୀ ସମାଲୋଚନା କରିଥିଲେ ।

ସମିତି ହେଉଛି ୪୦ଟି କୃଷକ ସଙ୍ଗଠନ ମଧ୍ୟରୁ ଗୋଟିଏ । ଏହି କୃଷକ ସଙ୍ଗଠନମାନେ ଗତ ୨୩ ଦିନ ହେଲା ଦିଲ୍ଲୀ ସୀମାରେ ପ୍ରଦର୍ଶନ କରୁଛନ୍ତି । ସେହିପରି ପ୍ରଧାନମନ୍ତ୍ରୀଙ୍କୁ ଲେଖାଯାଇଥିବା ପତ୍ରରେ କୁହାଯାଇଛି ଯେ, କୃଷକ ଆନ୍ଦୋଳନ ରାଜନୈତିକ ଦଳକୁ ନିଜର ବିଚାର ବଦଳାଇବା ପାଇଁ ବାଧ୍ୟ କରିଛି । ପ୍ରଧାନମନ୍ତ୍ରୀ ଏହାକୁ ବିରୋଧ ପ୍ରଦର୍ଶନ କହୁଛନ୍ତି । ଯାହା ଭୁଲ । କାରଣ କୃଷି ଆଇନକୁ ବିରୋଧ କରୁଥିବା କୌଣସି ସଙ୍ଗଠନ ବିରୋଧି ଦଳ ସହ ଜଡିତ ନୁହେଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.