ସରକାରୀ ବିହନ ଯୋଗାଣରେ ବିଳମ୍ବ ନେଇ ବାଙ୍କୀ ଅଞ୍ଚଳରେ ଚାଷୀ ଅସନ୍ତୋଷ

Published By : Prameya-News7 Bureau | November 20, 2018 IST

କଟକ ୨୦|୧୧:  ସରକାରୀ ବିହନ ଯୋଗାଣରେ ବିଳମ୍ବ ନେଇ ଚାଷୀ ଅସନ୍ତୋଷ । ରବି ଫସଲ ପାଇଁ କ୍ଷେତ ପ୍ରସ୍ତୁତ କରି ରହିଥିବାବେଳେ ମିଳୁନି ବହିନ । ଫଳରେ ଚାଷୀ ଏବେ ଚିନ୍ତାରେ । ଯାଥାଶୀଘ୍ର ମୁଗ, ବାଦାମ, ବୁଟ ବିହନ ଯୋଗାଇଦେବାକୁ ଚାଷୀ ଦାବି କରିଛନ୍ତି । ନହେଲେ ଆନ୍ଦୋଳନ ଚେତାବନୀ ଦେଇଛନ୍ତି । ଚାଷ, ଚାଷୀ ପ୍ରସ୍ତୁତ। ହେଲେ ଜମିରେ ବୁଣିବା ପାଇଁ ନାହିଁ ବିହନ। ଅପେକ୍ଷା ସରକାରୀ ବିହନକୁ । କେବେ ଆସିବ ସରକାରୀ ବିହନ ତାହାବି ଅନିଶ୍ଚିତତା ମଧ୍ୟରେ । ଏଭଳି ଘଟଣା ଦେଖିବାକୁ ମିଳିଛି ବାଙ୍କୀ ବ୍ଲକରେ ଥିବା ଅନେକ ଗାଁରେ । କୁରୁମୁ ଚଇନି ପଞ୍ଚାୟତ ଓ ବ୍ରହ୍ମପୁରା ପଞ୍ଚାୟତର ଚାଷୀ ସରକାରୀ ବହିନଙ୍କୁ ଅପେକ୍ଷା କରି ରହିଛନ୍ତି । ସେପଟେ ଗାଁରେ ପାଣି ସୁବିଧା ନଥିବାରୁ ଲୋକ ଚାଷ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବାଙ୍କୀ କୃଷୀ ଅଧିକାରୀ କହିଛନ୍ତି ନଭେମ୍ବର ଶେଷ ବେଳକୁ ମିଳିବ ବିହନ । ଏହା ଚାଷୀଙ୍କୁ ସବସିଡରେ ଯୋଗାଇ ଦେବାର ବ୍ୟବସ୍ଥା ରହିଛି । ହେଲେ ସୋସାଇଟ ମାଧ୍ୟମରେ ଚାଷୀଙ୍କୁ ବିଭିନ୍ନ ଭେରାଇଟର ବିହନ ମିଳିବାର ବ୍ୟବସ୍ଥା ହୋଇଛି।ସୋସାଇଟ ସକ୍ରେଟାରୀଙ୍କ ଟଙ୍କା ଡିପୋଜିଟ କରିବାରେ ବିଳମ୍ବ କରିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.