ଋଣ ଚାପରେ ଚାଷୀ ଆତ୍ମହତ୍ୟା ଅଭିଯୋଗ, ଘରୋଇ ସଂସ୍ଥାଠାରୁ ୫୦ହଜାର ଟଙ୍କା ଋଣ ନେଇଥିଲେ

Published By : Prameya-News7 Bureau | August 02, 2020 IST

ଭଦ୍ରକ ୨।୮: ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାରୁ ଋଣ ନେଇଥିଲେ । ଟଙ୍କା ଫେରାଇବା ପାଇଁ ଚାପରେ ଥିଲେ । ଶେଷରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ଆସିଛି ଭଦ୍ରକ ବ୍ଲକ୍ ରାଜୁଆଳି  ବିନ୍ଧା ଗ୍ରାମରେ । ମହିଳା ଗ୍ରୁପ ଋଣ ସୁଝିବା ପାଇଁ ଫାଇନାନ୍ସ କମ୍ପାନୀ ବାଧ୍ୟ କରିବାରୁ ଚାଷୀ ଜଣଙ୍କ ଆତ୍ମହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ଆତ୍ମହତ୍ୟା କରିଥିବା ଚାଷୀ ହେଲେ ମହେନ୍ଦ୍ର ଦାସ ।  ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ମୃତ ମହେନ୍ଦ୍ରଙ୍କ ସ୍ତ୍ରୀ ଓ ବୋହୁ ୪ ଗୋଟି ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାରୁ ପ୍ରାୟ ୫୦ ହଜାର ଟଙ୍କାର ଋଣ ନେଇଥିଲେ ।

{"id":308780,"sizeSlug":"large"}

ତେବେ କରୋନା ପାଇଁ ଜାରି ହୋଇଥିବା ଲକ୍ ଡାଉନ୍ ଓ ସଟ୍ ଡାଉନ୍ ଯୋଗୁଁ କାମଧନ୍ଦା ବନ୍ଦ । ପୁଅ ବାହାରୁ ଆସି ଘରେ ରହିଛି । ଏପରି ସ୍ଥଳେ ଋଣ ଟଙ୍କା ପାଇଁ ଘରୋଇ କମ୍ପାନୀର ଜୁଲମ ପାଇଁ ଆତ୍ମହତ୍ୟା ଅଭିଯୋଗ ହୋଇଛି । ତେଣୁ ଋଣ ଟଙ୍କା ଦେଇ ପାରୁ ନ ଥିବାରୁ ମହେନ୍ଦ୍ର ମାନସିକ ଚାପରେ ଥିଲେ । ତେଣୁ ସେ ଆତ୍ମହତ୍ୟା କରିଛନ୍ତି ବୋଲି ପରିବାର ଓ ଗ୍ରାମବାସୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.