ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ୍ ପୁରୁଣାପାଣି ଗାଁରେ ଜଣେ ଚାଷୀଙ୍କ ଆତ୍ମହତ୍ୟା

Published By : Prameya-News7 Bureau | September 16, 2018 IST

ସୁବର୍ଣ୍ଣପୁର ୧୫/୦୯: ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ୍ ପୁରୁଣାପାଣି ଗାଁରେ ଜଣେ ଚାଷୀ ଆତ୍ମହତ୍ୟା କରିଛନ୍ତି । ଫସଲ ଉଜୁଡ଼ିଯାଇଥିବା ଦେଖି ସେ ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଛି । ମୃତ ଚାଷୀ ହେଉଛନ୍ତି ଗୌତମ ବଗର୍ତ୍ତୀ । ଆଜି ସକାଳେ ଗୌତମ ବିଲକୁ ଯାଇଥିଲେ । ସେଠାରେ ଦେଖିବାକୁ ପାଇଥିଲେ ଯେ, ଫସଲରେ ପୋକ ଲାଗିଛି । ସେ ଏହାକୁ ସହିନପାରି ଘରକୁ ଫେରିବା ପରେ ଆତ୍ମହତ୍ୟା କରିଥିବା ପରିବାର ଲୋକେ କହିଛନ୍ତି । କିଛିଦିନ ପୂର୍ବରୁ ଗୌତମଙ୍କ ବାପା ମଧ୍ୟ ପ୍ରାଣ ହରାଇଥିଲେ । ଋଣ ବୋଝ ଯୋଗୁଁ ସେ ମଧ୍ୟ ଚିନ୍ତାରେ ରହିଥିଲେ ବୋଲି ଗାଁଲୋକ କହିଛନ୍ତି । ଗୌତମଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଏବଂ ସ୍ତ୍ରୀ ଓ ମାଆଙ୍କୁ ବିଧବା ଭତ୍ତା ପ୍ରଦାନ କରିବା ଦାବିରେ ସ୍ଥାନୀୟ ଲୋକେ ସୋନପୁର-ବଲାଙ୍ଗୀର ଜାତୀୟ ରାଜପଥକୁ ତରଭା ନିକଟରେ ଅବରୋଧ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.