scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସୋସାଇଟି ଅଫିସରେ ତାଲା ପକାଇଲେ ଶତାଧିକ ଚାଷୀ

7/09/2020 at 2:11 PM

ଗଞ୍ଜାମ ୦୭।୦୯:  ଚାଷୀମାନଙ୍କୁ ସ୍ୱାବଲମ୍ବୀ କରିବା ଲାଗି ସରକାର ବିଭିନ୍ନ ଯୋଜନା କରିଛନ୍ତି । କିନ୍ତୁ ତାହା ପ୍ରକୃତ ଚାଷୀ ପାଖେ ପହଞ୍ଚିପାରୁନାହିଁ । ଯାହାର ବିରୋଧ କରି  ଶତାଧିକ ଚାଷୀ ସୋସାଇଟି ଅଫିସ ଘେରାଉ କରିଛନ୍ତି । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ବଡ଼ମହୁରୀ ପଞ୍ଚାୟତର ଚାଷୀଙ୍କ କ୍ଷେତ୍ରରେ ।

ଚାଷୀମାନଙ୍କୁ ଚଢାଦାମ୍‌ରେ ସାର ବିକ୍ରି ଅଭିଯୋଗରେ ଶତାଧିକ ଚାଷୀ ଆଜି ଚାଷୀ ସୋସାଇଟି ଅଫିର ଘେରାଉ କରିବା ସହ ତାଲା ପକାଇ ଦେଇଛନ୍ତି । ବଡମହୁରୀ ପଞ୍ଚାୟତର ସାତଟି ପଞ୍ଚାୟତ ଶତାଧିକ ଚାଷୀ ଏଥିରେ ସାମିଲ ଅଛନ୍ତି । ଚାଷୀ ସୋସାଇଟିରେ ସାର ପିଡିଆ କିଣିବା ପାଇଁ ଆସିଥିଲେ , ହେଲେ ସରକାରୀ ଧାର୍ଯ୍ୟ ମୂଲ୍ୟ ୨୬୭ ଟଙ୍କା ଠାରୁ ଅଧିକ ମୂଲ୍ୟରେ ବିକ୍ରି କରୁଥିବା ଅଭିଯୋଗ କରିଛନ୍ତି । ଚାଷୀ ସୋସାଇଟି ଅଫିସରେ ତାଲା ପକାଇ ଦେଇଛନ୍ତି । ଘଟଣାସ୍ଥଳରେ କବିସୂର୍ଯ୍ୟନଗର ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଥିବାର ଦେଖିବାକୁ ମିଳିଛି ।

   Related Posts