ଚାଷ ଜମିକୁ ଜଳସେଚନ ଦାବିରେ ସୁବର୍ଣ୍ଣପୁରରେ ରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ
6/10/2018 at 11:09 AM

ସୁବର୍ଣ୍ଣପୁର ୬|୧୦: ଚାଷ ଜମିକୁ ଜଳସେଚନ ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ସୁବର୍ଣ୍ଣପୁରର ଚାଷୀ । ବୀରମହରାଜପୁର-ସୋନପୁର ରାସ୍ତା ଅବରୋଧ କରିଛନ୍ତି ଶତାଧିକ ଚାଷୀ । ସୁବର୍ଣ୍ଣପୁର ଭୁଦୋବର ଅଞ୍ଚଳରେ ମରୁଡି ଆଶଙ୍କା ଦେଖାଦେଇଛି । ତେଣୁ ହରିହର ଜୋର କେନାଲ ପ୍ରକଳ୍ପରୁ ପାଣି ଯୋଗେଇବାକୁ ସ୍ଥାନୀୟ ଚାଷୀମାନେ ଦାବି କରିଛନ୍ତି । ରାସ୍ତା ଅବରୋଧ ଫଳରେ ଯାନବାହନ ଚଳାଚଳ ବନ୍ଦ ରହିଛି । ଆଗକୁ ଆନ୍ଦୋଳନ ଆହୁରି ଜୋରଦାର ହେବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି ।
Related Posts
ହାତୀ ମୃତଦେହ ମିଳିବା ଘଟଣା, ୪ ଶିକାରୀ ଗିରଫ
29 January 2023