Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଶକ୍ତିଶାଳୀ ହେବ ନୌସେନା: ୧୧ ପାଟ୍ରୋଲିଂ ଭାସେଲ ଓ ୬ ମିସାଇଲ୍ ଭାସେଲ କିଣିବାକୁ ୧୯ ହଜାର କୋଟିର ଡିଲ୍‌
  • ||
  • ବୁଲେଟ ଟ୍ରେନ୍ ପ୍ରକଳ୍ପ ପାଇଁ ଭାରତକୁ ୧୮,୭୫୦ କୋଟି ଓଡିଏ ଋଣ ଦେଲା ଜାପାନୀ ସଂସ୍ଥା
  • ||
  • ପ୍ରତିରକ୍ଷା ମନ୍ତ୍ରାଳୟ ଓ ଭାରତ ଇଲେକ୍ଟ୍ରୋନିକ୍ ଲିମିଟେଡ୍ ମଧ୍ୟରେ ୫,୪୯୮ କୋଟିର ଚୁକ୍ତି ସ୍ୱାକ୍ଷରିତ; EW କିଣିବ ଭାରତୀୟ ସଶସ୍ତ୍ର ବଳ
  • ||
  • କଟକ : କଟକ ଷ୍ଟେସନରୁ ଭଦ୍ରକ-ନୟାଗଡ ମେମୁ ଟ୍ରେନ୍‌ର ଶୁଭାରମ୍ଭ କଲେ ଦୁଇ କେନ୍ଦ୍ରମନ୍ତ୍ରୀ
  • ||
  • ନୂଆପଡା : ଟ୍ରାପ୍ କ୍ୟାମେରାରେ କଏଦ ହେଲା କଲରାପତରିଆ ବାଘ
  • ||
  • ଖଲ୍ଲିକୋଟ : ଋଷିକୁଲ୍ୟା ମୁହାଁଣରେ ବିରଳ ପ୍ରଜାତିର ସାମୁଦ୍ରିକ କଇଁଛ, ଏହାର ଓଜନ ୧୪୦ କିଲୋ
  • ||
  • ନାରାୟଣପାଟଣା : ମିଳିଲା ଗର୍ଭବତୀ ମହିଳାଙ୍କ ଝୁଲନ୍ତା ମୃତଦେହ, ଜ୍ବାଇଁ ବିରୋଧରେ ହତ୍ୟା ଅଭିଯୋଗ
  • ||
  • କାଠୁଆ : ଜାମ୍ମୁକାଶ୍ମୀର କଠୁଆରେ ଭୟଙ୍କର ବିସ୍ଫୋରଣ, ପୂରା ଅଞ୍ଚଳରେ ହାଇଆଲର୍ଟ
  • ||
  • ଭୁବନେଶ୍ୱର : ବଢିଲା ପୁଣି ଓମ୍‌ଫେଡ୍‌ କ୍ଷୀରର ଦର, ପ୍ୟାକେଟ୍‌ ପିଛା ବଢିଲା ୨ଟଙ୍କା
  • ||
  • ନୂଆଦିଲ୍ଲୀ : Twitterର ବଡ ଆକ୍ସନ, ପାକିସ୍ତାନ ସରକାରଙ୍କ ଟ୍ଵିଟର ଆକାଉଣ୍ଟକୁ ବ୍ଲକ କଲା ଭାରତ
  • ||

କେନାଲ ପାଣିକୁ ନେଇ ତାତିଲେ ଚାଷୀ, ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

13/03/2023 at 2:09 PM

ସୁବର୍ଣ୍ଣପୁର ୧୩/୦୩: ହୀରାକୁଦ ଜଳଭଣ୍ଡାର କେନାଲ ପାଣି ବିନିକା ଅଞ୍ଚଳକୁ ପହଞ୍ଚି ପାରୁନି । ଫଳରେ ଶ୍ରୀ ଗଣେଶ ଆଞ୍ଚଳିକ କୃଷକ ସଂଘ ଓ ଅଞ୍ଚଳର ଚାଷୀ ବିନିକା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଅଞ୍ଚଳର ଚାଷୀମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବିଭିନ୍ନ ନାରାବାଜି ଦେଇଛନ୍ତି ।

ଶ୍ରୀ ଗଣେଶ ଆଂଚଳିକ କୃଷକ ସଂଘ ପକ୍ଷରୁ ତଳିଆ ଅଞ୍ଚଳକୁ ତୁରନ୍ତ କେନାଲ ପାଣି ଯୋଗାଇ ଦେବାପାଇଁ ଗତ ୯ ତାରିଖରେ ବିନିକା ତହସିଲଦାରଙ୍କ ଜରିଆରେ ଓଡିଶାର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଦାବିପତ୍ର କରିବା ପରେ କେନାଲରେ ହୀରାକୁଦ ଜଳଭଣ୍ଡାରରୁ ପାଣି ଛଡାଯାଇଥିଲା ।

ଚାଷୀ ପାଇଁ ଯେଉଁ ଭାବରେ ପାଣି ଦରକାର ସେହି ଭଳି ଭାବରେ କେନାଲରେ ପାଣି ଆସୁ ନାହିଁ । ବର୍ତ୍ତମାନ ଚାଷ କାର୍ଯ୍ୟ ବିଳମ୍ୱ ହେବା ସାଙ୍ଗକୁ ଚାଷ ଜମି ଗୁଡ଼ିକ ଫାଟି ଆଁ କଲାଣି । ଯେଉଁଥିପାଇଁ ଚାଷୀ ପାଇଁ ଚାଷ କରିବାରେ ଚିନ୍ତା ହୋଇପଡିଛି । କେନାଲ ପାଣିକୁ ନେଇ ବାରମ୍ବାର ଦାବି କରିବା ସହିତ ଦାବୀପତ୍ର ମଧ୍ୟ ବହୁ ସମୟ ଦେବାପରେ କୌଣସି ସମାଧାନ ନହେବାରୁ ପୁଣି ବାଧ୍ୟ ହୋଇ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀ ସଂଗଠନ ଓ ଚାଷୀ ମାନେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ।

ଘଟଣା ସ୍ଥଳରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପ୍ରଶାସନିକ ଅଧିକାରୀ ପହଞ୍ଚି ନାହାନ୍ତି l କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହେବା ପାଇଁ ପୋଲିସ ଫୋର୍ସ ମଧ୍ୟ ମୁତୟନ ହୋଇଥିଲେ l

   Related Posts