ମଲା ଧାନ ଗଛ ନେଇ ଚାଷୀଙ୍କ ଶୋଭାଯାତ୍ରା, ଉପଜିଲ୍ଲାପାଳଙ୍କ ଅଫିସ ଆଗରେ ଗଣ ବିକ୍ଷୋଭ

Published By : Prameya-News7 Bureau | November 18, 2022 IST

ନୀଳଗିରି ୧୮/୧୧: ମୌସୁମୀ ବର୍ଷା ଉଭାନ ପାଇଁ ଆଜି ସାରା ରାଜ୍ୟରେ ଚାଷୀକୁଳ ହାହାକାର ଡାକୁଛନ୍ତି । ହେଲେ ଏହି ଦୁଃଖ ବାଲେଶ୍ଵର ଜିଲ୍ଲା ନୀଳଗିରି ଉପଖଣ୍ଡର ଚାଷୀମାନଙ୍କୁ ଦ୍ୱିଗୁଣିତ କରିଛି ।

ନୀଳଗିରି ଗୋଟେ ପାହାଡିଆ ଅଞ୍ଚଳ ହୋଇଥିବା ବେଳେ ମୌସୁମୀ ବର୍ଷା ବହୁ ଦିନରୁ ନହେବା କାରଣରୁ ଧାନ ଫସଲ ପୁରା ଉଜୁଡିବାକୁ ବସିଛି । ଗଛ ମରି ଯାଇଥିବା ବେଳେ ଏକର ଏକର ଜମିରେ ଧାନ ବାହାରି ପାରିନି । ବହୁ କ୍ଷେତରେ ଚକଡ଼ା ପୋକ ଲାଗି ନଷ୍ଟ ହୋଇଛି ତ ଆଉ କେଉଁଠି ହାତୀ ମାନେ ଉପଦ୍ରଵ କରି ନଷ୍ଟ କରିଛନ୍ତି ।

ଗାଉଁଲି ଲୋକ ଧାର କରଜ କରିଥିବା ବେଳେ ବ୍ୟାଙ୍କ ଋଣ କିପରି ସୁଝିବେ ଏନେଇ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ତେବେ ଚାଷୀମାନଙ୍କ ପାଇଁ ଆଗକୁ ଆସିଛି ଭାରତୀୟ କମ୍ୟୁନିଟି ପାର୍ଟି ନୀଳଗିରି ଆଞ୍ଚଳିକ କମିଟି । ଆଜି ଶତାଧିକ ଚାଷୀ ନୀଳଗିରିରେ ଶୋଭାଯାତ୍ରା କରି ଉପଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ କରାଯାଇଛି । କୃଷିଋଣ ଛାଡ଼ କରିବା ସହ ଚାଷୀଙ୍କ ପରିବାରଙ୍କୁ ସହାୟତା ଯୋଗାଇବା ଦାବି କରାଯାଇ ମୁଖ୍ୟମନ୍ତ୍ରୀଙ୍କୁ ଉପଜିଲ୍ଲାପାଳଙ୍କ ଜରିଆରେ ସ୍ମାରକପତ୍ର ପ୍ରଦାନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.