ମିଳିତ କୃଷକ ସଂଗଠନର ଜାତୀୟ ରାଜପଥ ଅବରୋଧ, ଉଭୟ ପାର୍ଶ୍ୱରେ ଅଟକିଛି ବହୁ ଗାଡି

Published By : Prameya-News7 Bureau | August 23, 2022 IST

କୁଚିଣ୍ଡା ୨୩/୦୮: ୨୦୨୧ ମସିହା ପ୍ରଧାନମନ୍ତ୍ରୀ ଫସଲ ବୀମା ଓ ମଧ୍ୟବର୍ତ୍ତୀକାଳୀନ ସହାୟତା ଦାବିରେ ରାଜରାସ୍ତାରେ ଚାଷୀ । କୁଚିଣ୍ଡା ଉପଖଣ୍ଡ ଷଣ୍ଢପଥର ଠାରେ ୫୩ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛି ଜମନକିରା ବ୍ଲକ ମିଳିତ କୃଷକ ସଂଗଠନ ।

ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ଯାନବାହାନ ଅଟକିଛି । ୨୦୨୧ ମସିହା ଖରିପ ଚାଷରେ ଅଞ୍ଚଳରେ ସ୍ୱଳ୍ପ ବୃଷ୍ଟପାତ ଯୋଗୁଁ ଅଞ୍ଚଳରେ ମରୁଡି ଦେଖାଯାଇଥିଲା l ଚାଷୀ ଏନେଇ ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ ପ୍ରଶାସନ ଉଦାସୀନତା ଯୋଗୁଁ ଚାଷୀ ବାଧ୍ୟହୋଇ ଆନ୍ଦୋଳନକୁ ଓହ୍ଲାଇଛି ।

ଆଗରୁ ମଧ୍ୟ ଚାଷୀ ଗତ ୧୦ ତାରିଖ ଦିନ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଥିଲା । ମାତ୍ର ଉପଜିଲ୍ଲାପାଳ ଚାଷୀଙ୍କୁ ବୁଝାସୁଝା କରିବାରୁ ଚାଷୀ ଆନ୍ଦୋଳନରୁ ନିବୃତ ରହିଥିଲା । ମାତ୍ର ଦୀର୍ଘ ଦଶ ଦିନରୁ ଅଧିକ ବିତିଯାଇଥିଲେ ମଧ୍ୟ ଦାବି ପୂରଣ ନ ହେବାରୁ ବାଧ୍ୟ ହୋଇ ଆନ୍ଦୋଳନ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.