ଜେଜେବାପାଙ୍କ ଇଛା ପୂରଣ କରିବାକୁ ହେଲିକେପ୍ଟରରେ ବରଯାତ୍ରୀ ନେଇ ଗଲେ ଚାଷୀଙ୍କ ପୁଅ

Published By : Prameya-News7 Bureau | January 24, 2019 IST

ମୁଙ୍ଗେଲି ୨୪/୧ : ଛତିଶଗଡ଼ର ମୁଙ୍ଗେଲି ଜିଲ୍ଲାର ଘୋରପୁରା ଗାଁରେ ଏକ ବିରଳ ବିବାହ ଅନୁଷ୍ଠିତ ହୋଇଛି | ଜଣେ କୃଷକଙ୍କ ପୁଅ ହେଲିକେପ୍ଟରରେ ବରଯାତ୍ରୀ ନେଇ ଯାଇଥିଲେ | ବରଯାତ୍ରୀ ହେଲିକେପ୍ଟର ଯାଉଥିବା ଖବର ଶୁଣି ସେହି ଅଂଚଳରେ ଲୋକଙ୍କ ଭିଡ ଜମିଥିଲା | ବର ଏବଂ ବରର ପରିବାରଲୋକେ ଏତେ ଖୁସି ଥିଲେ ଯେ, ସମସ୍ତେ କାନ୍ଦି ପକେଇଥିଲେ | ମୁଙ୍ଗେରବାସୀ ମଧ୍ୟ ଏହି ଦୃଶ୍ୟ ଦେଖି ଅତ୍ୟନ୍ତ ଉତ୍ସାହିତ ହୋଇଥିଲେ |

{"id":77589}

ଘୋରପୁରାର ଯୁବକ ଅଙ୍କୁଶଙ୍କ ବିବାହ ସତନା ଜିଲ୍ଲାର ଆଦର୍ଶିତା ସିଂହଙ୍କ ସହ ଠିକ ହୋଇଥିଲା | ଅଙ୍କୁଶଙ୍କ ଜେଜେବାପାଙ୍କ ଇଛା ଥିଲା ଯେ, ତାଙ୍କ ନାତି ବିବାହ ଦିନ ହେଲିକେପ୍ଟରରେ ବରଯାତ୍ରୀ ଯାଇ ହେଲିକେପ୍ଟରରେ ହିଁ କନ୍ୟାକୁ ଘରକୁ ନେଇ ଆସିବ | ଜେଜେବାପାଙ୍କ ଇଛା ପୂରଣ କରିବାପାଇଁ ଅଙ୍କୁଶ ହେଲିକେପ୍ଟରରେ କନ୍ୟାକୁ ଆଣିବାପାଇଁ ଯାଇଥିଲେ |

{"id":77590}


ଅଙ୍କୁଶ ହାଇଦ୍ରାବାଦରୁ ଏକ ହେଲିକେପ୍ଟର ଭଡାରେ ନେଇ ଆସିଥିଲେ | କିନ୍ତୁ ଲ୍ୟାଣ୍ଡିଙ୍ଗ ଏବଂ ଟେକ ଅଫ ପାଇଁ ବିଭାଗୀୟ ଅଧିକାରୀଙ୍କ ଅନୁମତି ଆବଶ୍ୟକ ଥିଲା | ସେଥିପାଇଁ ଅଙ୍କୁଶ ଅଧିକାରୀଙ୍କୁ ସାକ୍ଷାତ କରି ଅନୁମତି ମାଗିଥିଲେ | ବିଭାଗୀୟ ଅଧିକାରୀ ଅଙ୍କୁଶଙ୍କୁ ଲ୍ୟାଣ୍ଡିଙ୍ଗ ଏବଂ ଟେକ ଅଫ ପାଇଁ ଅନୁମତି ଦେଇଥିଲେ | ଅନୁମତି ମିଳିବାପରେ ଅଙ୍କୁଶ ହେଲିକେପ୍ଟରରେ ଯାଇଥିଲେ ଆଦର୍ଶିତାଙ୍କୁ ନେବାପାଇଁ |

{"id":77591}


ବିବାହ ପରେ ଅଙ୍କୁଶ ବହୁତ ଖୁସି ଅଛନ୍ତି | ବିଶେଷକରି ଜେଜେବାପାଙ୍କ ଇଛା ପୂରଣ କରିଥିବା ଯୋଗୁଁ ସେ ଅତ୍ୟନ୍ତ ଖୁସି ଅଛନ୍ତି | ତାଙ୍କ ଗାଁରେ ହେଲିକେପ୍ଟରରେ ବରଯାତ୍ରୀ ଯିବା ଏଇଟା ପିତାହାମ ଘଟଣା ବୋଲି ଅଙ୍କୁଶ କହିଛନ୍ତି |

{"id":77592}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.