କୃଷକ ଆନ୍ଦୋଳନ ପାଇଁ ଅର୍ଥ ଦେଇଛନ୍ତି ନରେନ୍ଦ୍ର ମୋଦୀ ! ଆନ୍ଦୋଳନକାରୀ କୃଷକ କାହିଁକି କହିଲେ ଏମିତି...

Published By : Prameya-News7 Bureau | December 26, 2020 IST

ନୂଆଦିଲ୍ଲୀ,୨୬/୧୨: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ଅନ୍ନଦାତାମାନେ ତୀବ୍ର ବିରୋଧ କରୁଛନ୍ତି । କୃଷକମାନେ ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଛନ୍ତି । ସେହିପରି ଅନ୍ୟ ଦିଗରେ ପ୍ରଧାନମନ୍ତ୍ରୀ ଶୁକ୍ରବାର ପିଏମ-କିଷାନ ନିଧି ଯୋଜନାର କିସ୍ତୀ ପ୍ରଦାନ କରିଛନ୍ତି । ଯାହାର ଲାଭ ପଞ୍ଜାବର କୃଷକମାନେ ମଧ୍ୟ ପାଇଛନ୍ତି ।

ବ୍ୟାଙ୍କ୍ ଆକାଉଣ୍ଟରେ ଟଙ୍କା ଆସିବା ପରେ ପଞ୍ଜାବ କୃଷକମାନେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଆନ୍ଦୋଳନ ପାଇଁ ଟଙ୍କା ଦେଉଛନ୍ତି । କାରଣ ଅନେକ ନେତା କୃଷକ ଆନ୍ଦୋଳନର ଫଣ୍ଡିଂକୁ ନେଇ ପ୍ରଶ୍ନ ଉଠାଉଛନ୍ତି । ଏହାର ଜବାବରେ କୃଷକମାନେ ଏପରି କଥା କହିଛନ୍ତି ।

ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାରା ଦେଶରେ ପ୍ରାୟ ୯ କୋଟିରୁ ଅଧିକ କୃଷକଙ୍କୁ ୧୮ ହଜାର କୋଟି ଟଙ୍କା ପ୍ରଦାନ କରିଛନ୍ତି । ପ୍ରତି କୃଷକଙ୍କୁ ପିଏମ-କିଷାନ ନିଧି ଯୋଜନାରେ ୨୦୦୦ ଟଙ୍କା ପଠାଇଛନ୍ତି । ଏହାର ଫାଇଦା ପଞ୍ଜାବର କୃଷକଙ୍କୁ ମଧ୍ୟ ମିଳୁଛି । ତେବେ ପଞ୍ଜାବ କୃଷକମାନେ ଏହି ଟଙ୍କାକୁ କଣ କରୁଛନ୍ତି ସେନେଇ ଅନେକ ପ୍ରଶ୍ନ ଉଠାଉଛନ୍ତି ।

ପଞ୍ଜାବ କୃଷକଙ୍କ କହିବାନୁସାରେ, ପ୍ରଧାନମନ୍ତ୍ରୀ ଏହି ଟଙ୍କା ଆନ୍ଦୋଳନ କରୁଥିବା କୃଷକଙ୍କୁ ସାହାଯ୍ୟ ପାଇଁ ପଠାଇଛନ୍ତି । ପଞ୍ଜାବର ସିୟାଲକା ଗ୍ରାମରେ ରହୁଥିବା ଅନେକ କୃଷକଙ୍କ ଖାତାରେ ୨୦୦୦ ଟଙ୍କା ଜମା ହୋଇଛି । ଏହା ଆନ୍ଦୋଳନକୁ ପଣ୍ଡିଂ କରିବା କଥା ।

ବଲବିନ୍ଦର ସିଂ ନାମକ ଜଣେ କୃଷକ କହିଛନ୍ତି ଯେ, ମୋଦୀ ସରକାର ସେମାନଙ୍କ ଖାତାରେ ଆନ୍ଦୋଳନ ପାଇଁ ଟଙ୍କା ଦାନ କରିଛନ୍ତି । ସେହିପରି ଜସପାଲ ସିଂ ନାମକ ଜଣେ କୃଷକ କହିଛନ୍ତି ଯେ, ପଞ୍ଜାବର କୃଷକ ଘର ଘର ବୁଲି ସମର୍ଥନ ମାଗୁଛନ୍ତି । ତେବେ ସରକାର ଦେଇଥିବା ୨୦୦୦ ଟଙ୍କା ସେ ଆନ୍ଦୋଳନ ପାଇଁ ଦାନ କରିଦେବେ ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.