ରବି ଧାନ ମଣ୍ଡି ଅଧାରୁ ବନ୍ଦ, ପ୍ରତିବାଦର ଚାଷୀଙ୍କ ବିକ୍ଷୋଭ ପ୍ରଦର୍ଶନ
7/07/2019 at 7:20 PM

ଜୟପୁର ୭|୭: ରବି ଧାନ ମଣ୍ଡି ଅଧାରୁ ବନ୍ଦ । କୋରାପୁଟରେ ରବି ଧାନ ମଣ୍ଡିକୁ ଅଧାରୁ ବନ୍ଦ କଲା କୋରାପୁଟ ଜିଲ୍ଲା ପ୍ରଶାସନ । ଫଳରେ ଅନେକ ଚାଷୀ ବିଶେଷ କରି କୋଟପାଡର ଚାଷୀ ଧାନ ବିକ୍ରି କରି ନପାଇ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବର୍ଷା ଫଳରେ ମଣ୍ଡିରେ ଧାନ ଓଦା ହେଉଛି । ପିପାସ ୱେବସାଇଟ ରାଜ୍ୟ ସରକାର ବନ୍ଦ କରି ଦେଇଥିବା କହି ଯୋଗାଣ ବିଭାଗ ହାତ ଟେକି ଦେଇଛି । କୋଟପାଡ ବ୍ଳକର ବୋବୟା ଓ କୁସୁମୀ ମଣ୍ଡିରେ କ୍ବିଣ୍ଟାଲ କ୍ବିଣ୍ଟାଲ ଧାନା ଗଦା ହୋଇଥିବା ବେଳେ ଯୋଗାଣ ବିଭାଗ ଏହାକୁ କିଣିନଥିଲା । ପ୍ରତିବାଦର ଚାଷୀମାନେ ଲ୍ୟାମ୍ପ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜାତୀୟ ରାଜପଥ ଅବରୋଧ କରିଥିଲେ । ପରେ ଜିଲ୍ଲା ଯୋଗାଣ ଅଧିକାରୀ ଚାଷୀ ଓ ମିଲରଙ୍କ ସହ ଆଲୋଚନା କରିଥିଲେ । ବେସରକାରୀ ଭାବେ ଧାନ କ୍ବିଣ୍ଟାଲ ପିଛା ୧୫୦୦ ଟଙ୍କାରେ କିଣିବେ ବୋଲି ପ୍ରତିଶୃତି ଦେବା ପରେ ରାସ୍ତା ରୋକ ହଟିଥିଲା ।