ବିନା ଟୋକନରେ ଧାନ ବିକ୍ରି କରିପାରିବେ ଚାଷୀ- ଚାଷୀ ଆନ୍ଦୋଳନ ପ୍ରତ୍ୟାହୃତ

Published By : Prameya-News7 Bureau | November 21, 2019 IST

ବରଗଡ/ସମ୍ବଲପୁର/ଭୁବନେଶ୍ୱର ୨୧।୧୧ -   ଚାଷୀ ଆନ୍ଦୋଳନ ପ୍ରତ୍ୟାହୃତ । ଶେଷରେ ଚାଷୀଙ୍କ ଦାବି ଆଗରେ ମୁଣ୍ଡ ନୁଆଁଇଲେ ସରକାର । ବିନା ଟୋକନରେ ଧାନ ବିକ୍ରି କରିପାରିବେ ଚାଷୀ । ହେଲେ ଚାଷୀ ଆନ୍ଦୋଳନ ପ୍ରତ୍ୟାହୃତ ହେବା ପୂର୍ବରୁ ଆଜି ଉଗ୍ରରୂପ ଧାରଣ କରିଥିଲା । ସମ୍ବଲପୁର ଓ ବରଗଡ଼ରେ ଚାଷୀ ମାନେ ଜାତୀୟ ରାଜପଥ ଉପରେ ଧାନ ବସ୍ତା ପକାଇ ରାସ୍ତା ଅବରୋଧ କରିଥିଲେ । ଏପଟେ ରାଜଧାନୀରେ ପୋଲିସ ସହିତ ଧସ୍ତାଧସ୍ତି ହୋଇଥିଲେ ନବନିର୍ମାଣ କୃଷକ ସଂଗଠନ ନେତୃ୍ତ୍ବରେ ଆସିଥିବା ଶହ ଶହ ଚାଷୀ । ଏହି ପ୍ରସଙ୍ଗକୁ ନେଇ ଆଜି ଦିନ ସାରା ବିଧାନସଭାରେ ହଟ୍ଟଗୋଳ ଲାଗି ରହିବା ସହିତ କଂଗ୍ରେସ ସଦସ୍ୟ ମାନେ ପ୍ରବଳ ହଟ୍ଟଗୋଳ କରିଥିଲେ । ଏଥିଯୋଗୁଁ ଗୃହକାର୍ଯ୍ୟ ଅଚଳ ହୋଇପଡ଼ିଥିଲା ।…

{"id":187724,"sizeSlug":"large"}

ବିନା ଟୋକନରେ ଚାଷୀ ଧାନ ବିକ୍ରି କରିପାରିବେ । ଚାଷୀଙ୍କ ଦାବି କାଏମ୍‌ ରହିଲା । ଉଠିଲା ଟୋକନ୍‌ ବ୍ୟବସ୍ଥା । ଆଉ ଆନ୍ଦୋଳନରୁ ଓହରିଲେ ସମ୍ବଲପୁର ଚାଷୀ।  ଆସନ୍ତାକାଲିଠାରୁ ଧାନ ବିକ୍ରି ହେବ । ହୀରାକୁଦ କମାଣ୍ଡ ଏରିଆରେ ଚାଷୀ ଧାନ ବିକ୍ରି କରିପାରିବେ ।ଧାନ ସଂଗ୍ରହ ପାଇଁ ଟୋକନ ବ୍ୟବସ୍ଥାକୁ ବିରୋଧ କରି ସମ୍ବଲପୁର ଓ ବରଗଡ଼ ସମେତ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଚାଷୀ ଆନ୍ଦୋଳନ ଆଜି ପ୍ରତ୍ୟାହୃତ ହୋଇଛି । ଜିଲ୍ଲାପାଳ ଓ ବିଧାୟକଙ୍କ ବାସଭବନ ଘେରାଉ ପରେ ଆଜି ଜାତୀୟ ରାଜପଥରେ ଧାନବସ୍ତା ରଖି ଧାରଣା ଦେଇଥିଲେ ଚାଷୀ ।  ଏହାପରେ ମନ୍ତ୍ରୀ ସୁଶାନ୍ତ ସିଂହ ଓ ବିଧାୟକ ରୋହିତ ପୂଜାରୀ ଚାଷୀଙ୍କ ସହ ଆଲୋଚନା କରିଥିଲେ ।   ତିନିଟି ପର୍ଯ୍ୟାୟରେ ହୋଇଥିଲା ଆଲୋଚନା। ଯୋଗାଣ ମନ୍ତ୍ରୀ ଓ ଯୋଗାଣ ସଚିବଙ୍କ ସହିତ କରିଥିଲେ ଆଲୋଚନା ।  ଚାଷୀଙ୍କ ଦାବି ସରକାର ରଖିବା ପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଛି।

{"id":187725,"sizeSlug":"large"}

ଆଲୋଚନା ବେଳେ ସରକାରଙ୍କ ପକ୍ଷରୁ ଚାଷୀଙ୍କୁ ଦୁଇଟି ପ୍ରସ୍ତାବ ଦିଆଯାଇଥିଲା । ଧାନ କିଣା ବ୍ୟବସ୍ଥାକୁ ସରଳୀକରଣ କରିବା ଓ ହୀରକୁଦ କମାଣ୍ଡ ଅଞ୍ଚଳରେ ଚାଷୀଙ୍କ ଧାନ କିଣା ସମୟ ସୀମା ମଧ୍ୟ ବଢ଼ାଯିବ । ସେହିପରି ବିନା ଟୋକନରେ ଯଦି କୌଣସି ଚାଷୀ ଧାନ ବିକିବାକୁ ଆସନ୍ତି ସେମାନଙ୍କ ଧାନ ମଧ୍ୟ କିଣା ଯିବ।

{"id":187726,"sizeSlug":"large"}

ଚାଷୀ ଆନ୍ଦୋଳନ ତ ପ୍ରତ୍ୟାହୃତ ହୋଇଛି । ହେଲେ ଏହା ପୂର୍ବରୁ ଆଜି ସକାଳେ ଦେଖିବାକୁ ମିଳିଥିଲା ଚାଷୀ ଆନ୍ଦୋଳନର ଉଗ୍ର ରୂପ । ଟ୍ରାକ୍ଟରରେ ଧାନ ବସ୍ତା ଆଣି ରାସ୍ତା ଉପରେ ଗଡ଼ାଇ ଦେଇଥିଲେ ଚାଷୀ । ଠପ୍‌ ହୋଇଯାଇଥିଲା ଗାଡ଼ି ଚଳାଚଳ । ଧାନ ବସ୍ତା ପକାଇ ତା ଉପରେ ବସିଯାଇଥିଲେ ଚାଷୀମାନେ । ସମ୍ବଲପୁରରେ ମଧ୍ୟ ସେହିଭଳି ଅବସ୍ଥା ।ସେହିପରି ରାଜଧାନୀ ଭୁବନେଶ୍ବରରେ ମଧ୍ୟ ଏହାର ପ୍ରଭାବ ଦେଖାଦେଇଥିଲା । ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆଜି ଏକ ରାଲିରେ ଶହ ଶହ ଚାଷୀ ନବୀନ ନିବାସ ଅଭିମୁଖେ ଯାଉଥିବା ବେଳେ ପୋଲିସ ସେମାନଙ୍କୁ ଅଟକାଇଥିଲା । ଟୋକନ ବ୍ୟବସ୍ଥା ଉଚ୍ଛେଦ ଏବଂ କାଳିଆ ଯୋଜନାରୁ ବାଦ୍‌ ପଡ଼ିଥିବା ୨୪ ଲକ୍ଷ ଚାଷୀଙ୍କୁ ଏଥିରେ ସାମିଲ କରିବା ପାଇଁ ଦାବି କରିଛନ୍ତି।  ଏହି ସମୟରେ ପୋଲିସ ସହିତ ସେମାନଙ୍କର ଧସ୍ତାଧସ୍ତି ହୋଇଥିଲା । ଶତାଧିକ ଚାଷୀଙ୍କୁ ପୋଲିସ ସେଠାରୁ ଉଠାଇ ନେଇଥିଲା ।…

{"id":187727,"sizeSlug":"large"}

ଟୋକନ୍‌ ବ୍ୟବସ୍ଥାକୁ ବିରୋଧ କରି ଚାଷୀ ରାସ୍ତାକୁ ଓହ୍ଲାଇଛନ୍ତି ।ଆଉ ଏପଟେ ବିଧାନସଭାରେ ବିରୋଧୀ ବିଜେପି ଓ କଂଗ୍ରେସ ବିଧାୟକ ମାନେ ଟୋକନ ବ୍ୟବସ୍ଥା ଉଚ୍ଛେଦ ଦାବିରେ କରିଥିଲେ ହଙ୍ଗାମା । ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ ମଧ୍ୟ ରାସ୍ତା ବାହାରି ପାରିନଥିଲା। ଏପରିକି ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢ଼ିବାକୁ ଉଦ୍ୟମ କରିଥିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି ।

{"id":187729,"sizeSlug":"large"}

ପଶ୍ଚିମ ଓଡ଼ିଶାରଚାଷୀ ମାନେ ପୂର୍ବଭଳି ପି-ପାସ୍‌ ବ୍ୟବସ୍ଥାରେ ଧାନ ବିକ୍ରି କରିବା ପାଇଁ ଦାବି କରୁଛନ୍ତି । ଟୋକନ୍ ବ୍ୟବସ୍ଥା ଦ୍ବାରା ଚାଷୀଙ୍କୁ ନାହିଁନଥିବା ହଇରାଣ ହେବାକୁ ପଡୁଥିବାରୁ ଏହା ବିରୋଧରେ ଅସନ୍ତୋଷ ବଢ଼ିଛି ।….

{"id":187730,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.