କୃଷକ ଆନ୍ଦୋଳନର ପ୍ରଭାବ: ଦିଲ୍ଲୀ-ମେରଠ ଏକ୍ସପ୍ରେସୱେରେ ଲମ୍ବା ଜାମ୍, କୃଷକଙ୍କ ଟ୍ରାକ୍ଟର ଓ ଟ୍ରଲିର ଟାୟାରରୁ ପବନ ବାହାର କରିଦେଇଛି ପୋଲିସ

Published By : Prameya-News7 Bureau | December 22, 2020 IST

ନୂଆଦିଲ୍ଲୀ ୨୨/୧୨ : ଭାରତୀୟ କୃଷି ଆଇନ ବିରୋଧରେ ଆନ୍ଦୋଳନରତ କୃଷକ ୟୁନିୟନ ଦିଲ୍ଲୀରୁ ଗାଜିଆବାଦ ୯ ନମ୍ବର ଜାତୀୟ ରାଜପଥରେ ଉତ୍ତର ପ୍ରଦେଶ ପୋଲିସ କୃଷକଙ୍କ ଟ୍ରାକ୍ଟରକୁ ଅଟକାଇ ରଖିଥିବା କୃଷକମାନେ ଅଭିଯୋଗ କରିଛନ୍ତି। କୃଷକମାନେ କହିଛନ୍ତି, ସୋମବାର ଦିନ ପ୍ରଶାସନର ଆଶ୍ୱାସନା ପରେ ମଧ୍ୟ ସେମାନଙ୍କୁ ଛଡାଯାଇନାହିଁ। ବଗପାତ, ମେରଠ, ରାମପୁର, ଲଖିମପୁର ଖିରି ଓ ଉତ୍ତରାଖଣ୍ଡର ହଜାର ହଜାର କୃଷକଙ୍କୁ ଗାଜିପୁର ବର୍ଡ଼ର ପହଞ୍ଚିବା ପୂର୍ବରୁ ଅଟକାଇ ଦିଆଯାଇଥିଲା। କୃଷକ ନେତାଙ୍କ ଅନୁଯାୟୀ, ୟୁପି ପୋଲିସ କୃଷକଙ୍କ ଟ୍ରାକ୍ଟର ଓ ଟ୍ରଲିର ଟାୟାରରୁ ପବନ ବାହାର କରିଦେଇଛି।

ସୋମବାର ଦିନ ଦିଲ୍ଲୀରୁ ଗାଜିଆବାଦ ରାସ୍ତାକୁ ପ୍ରଦର୍ଶନକାରୀ କୃଷକ ବନ୍ଦ କରିଦେଇଥିଲେ। ଜିଲ୍ଲା ଅଧିକାରୀ ଓ ଏସଏସପି ପହଞ୍ଚିବା ପରେ କୃଷକମାନେ ରାସ୍ତା ଖୋଲିଥିଲେ। କିନ୍ତୁ ମଙ୍ଗଳବାର ସକାଳୁ ପ୍ରଦର୍ଶନକାରୀ କୃଷକ ଦିଲ୍ଲୀରୁ ଗାଜିଆବାଦ ଯାଉଥିବା ରାସ୍ତା ବନ୍ଦ କରିଦେଇଥିଲେ। ଗାଜିଆବାଦରୁ ଦିଲ୍ଲୀ ଯାଉଥିବା ରାସ୍ତା ଗତ କିଛି ଦିନ ହେଲା ବନ୍ଦ ପଡିଛି।

{"id":381345,"sizeSlug":"large","linkDestination":"none"}

ସୋମବାର ଦିନ କିଛି ଘଣ୍ଟା ପାଇଁ କୃଷକମାନେ ଦିଲ୍ଲୀରୁ ଗାଜିଆବାଦ ଯାଉଥିବା ରାସ୍ତା ବନ୍ଦ କରିଦେଇଥିଲେ। ପ୍ରଦର୍ଶନକାରୀ କୃଷକ ମଙ୍ଗଳବାର ଦିନ ପୁଣି ପ୍ରଶାସନକୁ ଅନୁରୋଧ କରିଛନ୍ତି ଯେ ଶୀଘ୍ର କୃଷକଙ୍କୁ ଗାଜିପୁର ବର୍ଡ଼ର ଆସିବାକୁ ଦିଅନ୍ତୁ। ଯଦି ପ୍ରଶାସନ ମାମଲା ଶୀଘ୍ର ସମାଧାନ ନ କରନ୍ତି ତାହେଲେ ୯ ନମ୍ବର ଜାତୀୟ ରାଜପଥ ସମ୍ପୂର୍ଣ ବନ୍ଦ କରିଦିଆଯିବା ବୋଲି କହିଛନ୍ତି।

ଭାରତୀୟ କିଷାନ ୟୁନିୟନର ରାଷ୍ଟ୍ରୀୟ ମିଡ଼ିଆ ପ୍ରଭାରୀ ଶାମଷେର ରାଣା କହିଛନ୍ତି ଯେ, 'ଅଟକାଇ ରଖିଥିବା କୃଷକଙ୍କୁ ଗାଜିପୁର ବର୍ଡ଼ର ଆସିବାକୁ ଦିଆଯାଉ। ଆମେ କେନ୍ଦ୍ର ସରକାର ଓ ୟୁପି ସରକାରଙ୍କୁ ଏ ସମ୍ପର୍କରେ ସୂଚନା ଦେଇଦେଇଛୁ। ଆମେ କୋର୍ଟଙ୍କ ଆଦେଶ ପାଳନ କରି ଶାନ୍ତିପୂର୍ଣ ପ୍ରଦର୍ଶନ କରୁଛୁ। ସେଥିପାଇଁ ଆମକୁ ଏହିଭଳି ହଇରାଣ ନ କରାଯାଉ।'

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.