ଧାନ ବିକ୍ରି ପାଇଁ ମିଳିଲାନି ଟୋକନ, ଗାଡି ରଖି ତାଲା ମାରି ବସିଲେ ଚାଷୀ

Published By : Prameya-News7 Bureau | December 16, 2022 IST

ସମ୍ୱଲପୁର ୧୬/୧୨: ସମ୍ବଲପୁର ଧନକଉଡା ବ୍ଲକ ଚାରପାଲି ବଜାର ପ୍ରାଙ୍ଗଣରେ ତାଲା ମାରିଲେ ଚାଷୀ । ଧାନ ଗାଡି ରଖି ତାଲା ମାରି ବଜାର ପ୍ରାଙ୍ଗଣରେ ବସିଛନ୍ତି ଚାଷୀ । ବସନ୍ତପୂର୍ ଗ୍ରାମ ପଞ୍ଚାୟତ ବୁଡି ଅଞ୍ଚଳ ବାସି ଙ୍କୁ ଧାନ ବିକ୍ରି ପାଇଁ ଟୋକନ ମିଳୁ ନଥିବାରୁ ଗେଟ୍ ସମ୍ମୁଖରେ ତାଲା ପକାଇବା ସହିତ ଧାନ ବିକ୍ରି ବନ୍ଦ କରି ଦେଇଛନ୍ତି ଚାଷୀ । ଏହି ବୁଡି ଅଂଚଳବାସୀ ପ୍ରତିବର୍ଷ ଧାନ ବିକ୍ରିର ସମସ୍ୟା ଭୋଗୁଥିବାବେଳେ ସମାଧାନ କରୁଛି ପ୍ରଶାସନ ।

ଫଳରେ ଆଜି ସକାଳୁ ଧାନ ଗାଡି ଆଣି ଚାଷୀମାନେ ବଜାର ବା ମଣ୍ଡି ପ୍ରାଙ୍ଗଣରେ ବସି ରହି ଧାରଣା ଆରମ୍ଭ କରିଛନ୍ତି । ସୂଚନା ଅନୁସାରେ ହୀରାକୁଦ ଜଳଭଣ୍ଡାର ଦ୍ୱାରା ଏମାନଙ୍କ ଜମି ଅଧିଗ୍ରହଣ ହୋଇଥିବାବେଳେ ଜଳସମ୍ପଦ ବିଭାଗ ସେହି ଜମିକୁ ବ୍ୟବହାର ନକରିବାକୁ ବଂଶାନୁକ୍ରମିକ ଭାବେ ଚାଷ କରି ଆସୁଛନ୍ତି । ହେଲେ ଧାନ ବିକ୍ରିର ସୁଯୋଗ ନମିଳିବାରୁ ତାତିଛନ୍ତି ଚାଷୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.