ଓମ୍ଫେଡ଼ର ଚାଷୀମାରଣ ନୀତିକୁ ବିରୋଧ, ରାସ୍ତା ଉପରେ କ୍ଷୀର ଢାଳି ପ୍ରତିବାଦ
21/02/2023 at 11:40 AM

ମାହାଙ୍ଗା ୨୧/୦୨: କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଏରକଣା ବଜାରରେ ଓମ୍ଫେଡ଼ର ଚାଷୀମାରଣ ନୀତିକୁ ବିରୋଧ । ଏହାକୁ ପ୍ରତିବାଦ କରି ଗୋ-ଚାଷୀ ମାନଙ୍କର ରାସ୍ତା ଉପରେ କ୍ଷୀର ଢାଳି ପ୍ରତିବାଦ । ରାଜରାସ୍ତାରେ ଏମିତି ନିଆରା ଢଙ୍ଗରେ ପ୍ରତିବାଦ କରିଛନ୍ତି ଶହ ଶହ ଚାଷୀ ।
ସୂଚନା ଥାଉକି, ଓମ୍ଫେଡ଼ ଅନ୍ୟ ଦୁଗ୍ଧ କମ୍ପାନୀ ମାନଙ୍କ ଠାରୁ ଲିଟର ପିଛା ଖୁବ କମ ମୁଲ୍ୟ ଦେଉଛି । ଏପଟେ ଗୋ-ଦାନା , ମେଡ଼ିସିନ, ଚୋକଡ଼ ମୂଲ୍ୟ ବହୁତ ଅଧିକ ହେଲାଣି । ତେଣୁ ଏଭଳି ସ୍ଥଳେ ଗରିବ ଗୋ-ଚାଷୀ ଟିଏ ବହୁ କ୍ଷତିଗ୍ରସ୍ତ ହେଉଛି। ଓମ୍ଫେଡ଼ ଯଦି ଲିଟର ପିଛା ଦୁଗ୍ଧ ରେଟ ନ ବଢ଼ାଏ ତେବେ ଆଗକୁ ଚାଷୀ ଆନ୍ଦୋଳନ କରିବେ ବୋଲି କହିଛନ୍ତି ।
Related Posts
ରାମ ନବମୀ, ଭଦ୍ରକରେ ହେବ ବିଶାଳ ଶୋଭାଯାତ୍ରା
30 March 2023
ପବିତ୍ର ଶ୍ରୀରାମ ନବମୀ, ଶ୍ରୀମନ୍ଦିରରେ ରାମଜନ୍ମ ନୀତି
30 March 2023