ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମିଶନ୍‌ ଶକ୍ତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବଢ଼ିଲା ଋଣ ପରିମାଣ
  • ||

ସାର ଅଭାବ ନେଇ ତାତିଲେ ଚାଷୀ, ୬୩ ନମ୍ବର ଜାତୀୟ ରାଜପଥ କଲେ ଅବରୋଧ

18/08/2021 at 8:24 PM

ବୋରିଗୁମ୍ମା, ୧୮/୦୮: ଖରିଫ୍‌ ଋତୁରେ ପ୍ରଥମେ ସ୍ୱଳ୍ପ ବୃଷ୍ଟି ଆଉ ଏବେ ସାରର ଅଭାବ ନେଇ ଚିନ୍ତାରେ  ବୋରିଗୁମ୍ମା  ବ୍ଲକର ହଜାର ହଜାର ଚାଷୀ । ଚାଷ କାମ ପାଇଁ ଠିକ ସମୟରେ ଚାଷୀଙ୍କୁ ମିଳୁନି ସାର । ଯାହାକୁ ନେଇ ଆଜି ବୋରିଗୁମ୍ମା ବ୍ଲକରେ ତାତିଲେ ଚାଷୀ ।

ବୋରିଗୁମ୍ମା ଲେମ୍ପରେ ସାର ପାଇଁ ସକାଳୁ ସକାଳୁ ଚାଷୀଙ୍କ ପ୍ରବଳ ଭିଡ  ଲାଗିଥିଲା । ବୋରିଗୁମ୍ମା ଲେମ୍ପସରେ ୬ ହଜାର କୁଇଣ୍ଟାଲ ସାର ଆବଶ୍ୟକ ପଡୁଥିବା ବେଳେ କେବଳ ୬ ଶହ କୁଇଣ୍ଟାଲ ହିଁ ଆସିଥିଲା । ଯାହାକୁ ନେଇ ଚାଷୀ ତାତିଛନ୍ତି । ଲେମ୍ପସ ସମ୍ମୁଖରେ ଥିବା ୬୩ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଘଟଣା ସ୍ଥଳରେ ବୋରିଗୁମ୍ମା ତହସିଲଦାର ପହଞ୍ଚି ଆଲୋଚନା କରିଥିଲେ ମଧ୍ୟ ସାର ନଦେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି କହିଛନ୍ତି ବିଜେପି ମଣ୍ଡଳ ସଭାପତି ରାଜ ସିଂହ । ଘଣ୍ଟା ଘଣ୍ଟା ଧରି ରାସ୍ତାରୋକ କାରଣରୁ ରାଜପଥର ଉଭୟ ପାର୍ଶ୍ଵରେ ଶହ ଶହ ଗାଡି ଅଟକିଥିଲା । ଶାନ୍ତି ଶୃଙ୍ଖଳା ଦୃଷ୍ଟି କୋଣରୁ ବୋରିଗୁମ୍ମା ପୋଲିସ ମଧ୍ୟ ଉପସ୍ଥିତ ରହିଥିଲେ।

କୋରପୁଟ ଜିଲ୍ଲାରେ ଚଳିତ ବର୍ଷ ଆବଶ୍ୟକତା ଠାରୁ ବହୁ କମ ପରିମାଣର ସାର ଯୋଗାଇ ଦିଆଯାଇଛି । ଅଗଷ୍ଟ ସୁଦ୍ଧା ଜିଲ୍ଲାକୁ କେବଳ ୭୦% ସାର ଆସିଛି। ବିଶେଷ କରି ୟୁରିଆ, ଗ୍ରମର, ଡିଏବି ଓ ପୋଟସ ସାରର ଅଭାବ ରହିଛି ।ଏହାର ସୁଯୋଗ ନେଇ ସାରର  କଳାବଜାର କରୁଛନ୍ତି ଦଲାଲମାନେ। ଜୟପୁର ଉପଖଣ୍ଡର ବିଭିନ୍ନ ଲେମ୍ପସ ଏବଂ ଡିଲର ଆଗରେ ସାର ପାଇଁ ଘଣ୍ଟା ଘଣ୍ଟା ଲାଇନରେ ଶହ ଶହ ଚାଷୀ ରହିଲେ ବି ମିଳୁନି ସାର। ଫଳରେ ଆଜି ବୋରିଗୁମ୍ମା ବ୍ଲକରେ ତେଜିଛି ସାର ତାତି । ସାରର ଅଭାବ ନେଇ   ଶେଷରେ ଧାରଣା ଦେଇଛନ୍ତି ଚାଷୀ । ବର୍ତ୍ତମାନ ଖରିଫ ଋତୁ ପାଇଁ ବୋରିଗୁମ୍ମା ବ୍ଲକରେ ଚାଷ କାର୍ଯ୍ୟ ଚାଲୁଥିବା ବେଳେ ସାରର ଅଭାବ ଦେଖାଯାଇଛି । ଘଟଣା ସ୍ଥଳରେ ବୋରିଗୁମ୍ମା ଆଇଆଇସି ବିଶ୍ୱଜିତ ମହାନ୍ତିଙ୍କ ସମେତ ପୋଲିସ କର୍ମଚାରୀ ମାନେ ଚାଷୀଙ୍କୁ ବୁଝା ସୁଝା କରୁଛନ୍ତି ।

   Related Posts