ଦିଲ୍ଲୀରେ କୃଷକଙ୍କ ମହାପଞ୍ଚାୟତ : ଗାଜୀପୁର ସୀମାରେ ଅନ୍ଦୋଳନକାରୀଙ୍କୁ ଅଟକ ରଖିଲା ପୋଲିସ
22/08/2022 at 1:08 PM

ନୂଆଦିଲ୍ଲୀ, ୨୨|୦୮: ଦିଲ୍ଲୀରେ ଆରମ୍ଭ ହୋଇଛି କୃଷକଙ୍କ ବିଶାଳ ମହା ପଞ୍ଚାୟତ । କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡାଇବାକୁ ବିଭିନ୍ନ ସ୍ଥାନରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଏହାମଧ୍ୟରେ ଦିଲ୍ଲୀ ଓ ଉତ୍ତରପ୍ରଦେଶକୁ ଯୋଡୁଥିବା ଗାଜୀପୁର ସୀମାକୁ ଆନ୍ଦୋଳନରତ କୃଷକମାନେ ଦଖଲ କରିଛନ୍ତି ।
Delhi Police detain farmers protesting at Ghazipur on the Delhi-UP border. Farmers are protesting today against unemployment. pic.twitter.com/wUV8arTPfa
— ANI (@ANI) August 22, 2022
ଏହାସହ ଆନ୍ଦୋଳନରତ୍ତ କୃଷକମାନେ ଜନ୍ତରମନ୍ତରରେ ପୋଲିସ ଲଗାଇଥିବା ବ୍ୟାରିକେଡ୍ ଭାଙ୍ଗି ଦେଇତିବା ଦେଖିବାକୁ ମିଳିଛି । ଏପ୍ରସଙ୍ଗରେ ରାଷ୍ଟ୍ରୀୟ କିଷାନ ମଜଦୁର ମହାସଂଘର ମୁଖ୍ୟ ଶିବକୁମାର କକ୍କା କହିଛନ୍ତି ଯେ, ସରକାର ସେମାନଙ୍କର ୯ ଦଫା ଦାବି ପୂରଣ କରନ୍ତୁ । ଏମଏସପିରେ ସରକାର ନିଜର ପ୍ରତିଶ୍ରୁତି ପୂରଣ କରିନାହାଁନ୍ତି । ଲକ୍ଷୀମପୁର ମାମଲା ମଧ୍ୟ ଏଥିରେ ସାମିଲ ଅଛି । ଅପରାହ୍ନ ୪ଟା ଯାଏଁ ସେମାନେ ଆନ୍ଦୋଳନ କରିବା ସହ ମହାପାଞ୍ଚାୟତ କରିବେ । ଏହାସହ ସରକାରଙ୍କୁ ଦାବିପତ୍ର ପ୍ରଦାନ କରିବେ ବୋଲି କହିଛନ୍ତି ।
#WATCH | Farmers' protest at Delhi's Jantar Mantar against unemployment, amid heavy security presence pic.twitter.com/6gJembzf81
— ANI (@ANI) August 22, 2022
ସୂଚନାଯୋଗ୍ୟ, ଏହି ମହା ପଞ୍ଚାୟତରେ ସାମିଲ ହେବାକୁ ଭିନ୍ନ ଭିନ୍ନ ରାଜ୍ୟରୁ କୃଷକ ଦିଲ୍ଲୀ ଆସି ପହଁଚିଛନ୍ତି । ଫଳରେ ଟ୍ରାଫିକ ସମସ୍ୟା ମଧ୍ୟ ଦେଖାଦେଇଛି । ସେହିପରି ଗାଜୀପୁର ସୀମାରେ କିଛି କୃଷକଙ୍କୁ ପୋଲିସ ଅଟକ ରଖିଛି । ପଞ୍ଜାବରୁ କୃଷକଙ୍କୁ ଆସୁଥିବା ଏକ ବସକୁ ଅଟକ ରଖାଯାଇଛି । ଏହାର ପ୍ରତିବାଦରେ କୃଷକମାନେ ସରକାରଙ୍କ ବୟାନବାଜି କରିଥିବା ଦେଖିବାକୁ ମିଳିଛି ।