ଚାଷ ଜମିରେ ଓଲଟିପଡିଲା ଟ୍ରାକ୍ଟର, ଡ୍ରାଇଭରଙ୍କ ମୃତ୍ୟୁ

Published By : Prameya-News7 Bureau | July 21, 2022 IST

ନୂଆପଡା ୨୧।୭: ନୂଆପଡା ଜିଲ୍ଲା କୋମନା ଥାନା ଭାଲୁକୋନା ଗାଁରେ ଅଘଟଣ । ଚାଷ ଜମିରେ ଓଲଟିଲା ଟ୍ରାକ୍ଟର । ଫଳରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ମୃତକ ଭାଲୁକୋନା ଗ୍ରାମର ଅଶୋକ ମାଝୀ । ନିଜ ଜମିରେ କାଦୁଅ କରୁଥିବା ବେଳେ ଓଲଟି ପଡିଥିଲା ଟ୍ରାକ୍ଟର । ଯାହା ଫଳରେ କାଦୁଅ ଭିତରେ ଚାପି ହୋଇ ଯାଇଥିଲେ । କୋମନା ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରିବା ବେଳକୁ ଡ୍ରାଇଭରଙ୍କ ମୃତ୍ୟୁ ହୋଇ ସାରିଥିଲା । ଘଟଣାସ୍ଥଳରେ କୋମନା ପୋଲିସ ସହ ତରବୋଡ ଫାଣ୍ଡି ଅଧିକାରୀଙ୍କ ତଦନ୍ତ ଆରମ୍ଭ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.