ବିଲରେ ଟ୍ରାକ୍ଟର ନେବାକୁ ନେଇ ଆକ୍ରମଣରେ ଚାଲିଗଲା ଚାଷୀଙ୍କ ଜୀବନ, ଅଭିଯୁକ୍ତ ଗିରଫ

Published By : Prameya-News7 Bureau | July 09, 2022 IST

ନୀଳଗିରି ୯।୭: କ୍ଷେତରେ ଚାଷୀଙ୍କୁ ନିର୍ମମ ହତ୍ୟା । ବିଲରେ ଟ୍ରାକ୍ଟର ନେବାକୁ କେନ୍ଦ୍ରକରି ହାଣିଦେଲେ ଯୁବକ । ନୀଳଗିରି ଥାନା ଅନ୍ତର୍ଗତ ପିଂଛାବଣିଆ ଗ୍ରାମର ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତ ଚାଷୀ ହେଲେ ବାଇଧର ବତ୍ସଲ ।

{"id":653788,"sizeSlug":"full","linkDestination":"none"}

ସୂଚନାଯୋଗ୍ୟ ଯେ, ନୀଳଗିରି ଥାନା ଅଧିକ ଈଶ୍ବରପୁର ପଞ୍ଚାୟତ ପିଂଛାବଣିଆ ଗ୍ରାମର ବାଇଧର ବତ୍ସଲ ଶୁକ୍ରବାର ବିଲରେ କ୍ଷେତ କାମ କରୁଥିଲେ । କ୍ଷେତ ହଳ କରିବା ପାଇଁ ସେହି ଅଞ୍ଚଳର ସୌମ୍ୟରଂଜନ ମଳିକଙ୍କ ବିଲ ଦେଇ ଟ୍ରାକ୍ଟର ନେଇ ଆସିଥିଲେ । ମୋ ବିଲରେ ଧାନ ତଳି ପକାଇବି କଣ ପାଇଁ ଟ୍ରାକ୍ଟର ମଡ଼ାଇ ଆଣିଲୁ ବୋଲି କହି ସୌମ୍ୟରଂଜନ ପ୍ରତିବାଦ କରି ଗାଳି ଗୁଲଜ କରିଥିଲେ । ପରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ସୌମ୍ୟରଂଜନ ଉତକ୍ଷିପ୍ତ ହୋଇ ଧରିଥିବା କଟୁରିରେ ବାଇଧରକୁ ଅତି ଅମାନୁଷିକ ଭାବେ ଆକ୍ରମଣ କରିଥିଲା । ତାଙ୍କ ହାତ ପାପୁଲି ଛିଣ୍ଡି ଯାଇଥିବା ବେଳେ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ତାଙ୍କୁ ଗୁରୁତର ଭାବେ କଟକ ବଡ଼ ଡାକ୍ତରଖାନା ନେବା ବେଳକୁ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା । ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.