ବଜ୍ରାଘାତରେ ଜଣେ ଚାଷୀଙ୍କ ମୃତ୍ୟୁ, ଦୁଇ ଗୁରୁତର
29/04/2020 at 7:13 PM

ଆଠଗଡ଼୨୯/୪: ବଜ୍ରାଘାତରେ ଚାଷୀଙ୍କ ମୃତ୍ୟୁ। ଆଠଗଡ ବ୍ଲକ ସମସରପୁର ପଞ୍ଚାୟତ ଅନ୍ତର୍ଗତ ଅମୃତ ମଣୋହୀପାଟଣା ଗାଁରେ ଏହି ଅଘଟଣ ଘଟିଛି। ଜମିରୁ ଚାଷ କରି ଫେରୁଥିବା ବେଳେ ବଜ୍ରାଘାତରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର। ମୃତକଙ୍କ ନାଁ ତୁଷାର ବିଶ୍ବାଳ। ଏହାସହ ଆହତ ବ୍ୟକ୍ତିଙ୍କୁ କଟକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଗତ ୧୧ ତାରିଖରେ ମଧ୍ୟ ବଜ୍ରାଘାତରେ ଗୋଟିଏ ପରିବାରରେ ଶ୍ବଶୁରଙ୍କ ମୃତ୍ୟୁ ହୋଇଥିବା ବେଳେ ବୋହୁ ଗୁରୁତର ହୋଇଥିଲେ।। ମୃତକ ଜଣଙ୍କ ହେଉଛନ୍ତି ଭଦ୍ରକ ଜିଲ୍ଲା ତିହିଡି ଥାନା ମୁକୁନ୍ଦପୁର ପଞ୍ଚାୟତର ଗୁଡୁପାଳ ଗାଁର ଗୋବିନ୍ଦ ମହାଳିକ। ବଜ୍ରାଘାତରେ ଗୁରୁତର ହୋଇଥିବ ବୋହୁଙ୍କ ନାଁ ଶାନ୍ତି ମହାଳିକ।
Related Posts
ଭୟାବହ ଅଗ୍ନିକାଣ୍ଡରେ ୪୬ ବଖରା ଘର ଭଷ୍ମିଭୂତ ; ବାସହୀନ ହେଲେ ୨୨ ପରିବାର
2 February 2023
ବଦଳିଲା ନାଁ: ଓଡ଼ିଶା ଅଗ୍ନିଶମ ସହ ଯୋଡ଼ିହେଲା ଜରୁରୀ କାଳୀନ ସେବା
2 February 2023
ଜିଲ୍ଲା ଚିକିତ୍ସାଳୟର ପ୍ରସୂତି ୱାର୍ଡରୁ ନକଲି ଡାକ୍ତର ଗିରଫ
2 February 2023