ସରକାରଙ୍କ ପ୍ରସ୍ତାବକୁ ଖାରଜ କଲେ କୃଷକ ସଙ୍ଗଠନ, ଦେଶବ୍ୟାପୀ ହେବ ବିରୋଧ ପ୍ରଦର୍ଶନ, ଅବରୋଧ କରିବେ ଜାତୀୟ ରାଜପଥ

Published By : Prameya-News7 Bureau | December 10, 2020 IST

ନୂଆଦିଲ୍ଲୀ, ୧୦/୧୨:  ଏବେବି ସାରା ଦେଶରେ କୃଷକ ଆନ୍ଦୋଳନ ଜାରି ରହିଛି । କୃଷି ଆଇନକୁ ଫେରସ୍ତ ଦାବିରେ ଅନ୍ନଦାତାମାନେ ଅଡି ବସିଛନ୍ତି । ଏପରିକି ବିରୋଧୀ ଦଳ ମଧ୍ୟ ଏହି ପ୍ରସଙ୍ଗରେ ସରକାରଙ୍କୁ ଅକଳରେ ପକାଇଛନ୍ତି ।ଏହାମଧ୍ୟରେ କୃଷକମାନେ ସରକାରଙ୍କ ତରଫରୁ ଦିଆଯାଇଥିବା ପ୍ରସ୍ତାବକୁ ଖାରଜ କରିଦେଇଛନ୍ତି ।

ଗୃହମନ୍ତ୍ରୀ ଅମିତ ଶାହ ଓ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ ମଧ୍ୟରେ ଏ ପ୍ରସଙ୍ଗକୁ ନେଇ ଦୀର୍ଘ ଅଢେଇ ଘଣ୍ଟା ଧରି ବୈଠକ ଚାଲିଥିଲା । ଏହାପରେ ସରକାର କୃଷକଙ୍କୁ ସରକାର ଏମଏସପି ଜାରି ରଖିବା. ଏପିଏମସିକୁ ମଜବୁତ କରିବା ବେସରକାରୀ କମ୍ପାନୀକୁ ରେଜିଷ୍ଟ୍ରେସନ କରିବା ପାଇଁ କହିଛନ୍ତି । ଏହି ପ୍ରସ୍ତାବକୁ କୃଷକମାନେ ଖରାଜ କରିଦେଇଛନ୍ତି । ଏହାସହ ବଡ ଆନ୍ଦୋଳନ ପାଇଁ କୃଷକମାନେ ପାଗ ଭିଡିଛନ୍ତି । ଏହାସହ ସମସ୍ତ ରାଜପଥ ଅବରୋଧ ପାଇଁ କୃଷକ ସଙ୍ଗଠନ ଘୋଷଣା କରିଛନ୍ତି । ଆସନ୍ତା ୧୪ ତାରିଖରେ ଏହି ଆନ୍ଦୋଳନ ହେବ ।ଜିଲ୍ଲାସ୍ତରରେ ଏହାକୁ ବ୍ୟାପକ କରାଯିବା ସହ ଜୟପୁର-ଦିଲ୍ଲୀ ଏନଏଚ ବନ୍ଦ ହେବ ବୋଲି କୃଷକମାନେ ନିଷ୍ପତ୍ତି ନେଇଛନ୍ତି ।

ଆଇନକୁ ନେଇ କୌଣସି ପ୍ରକାର ବୁଝାମଣା କରିବା ପରିସ୍ଥିତିରେ ନାହାନ୍ତି ସରକାର । ଅନ୍ୟପକ୍ଷରେ ସରକାର ଦେଉଥିବା ସଂଶୋଧନ ପ୍ରସ୍ତାବ ଚାଷୀଙ୍କ ଅନୁରୂପ ନୁହେଁ ବୋଲି ଚାଷୀ କହୁଛନ୍ତି। ସରକାର ଆଇନ ଦ୍ୱାରା ରାଜ୍ୟମାନଙ୍କ କ୍ଷମତା ହ୍ରାସ କରି ସମସ୍ତ କ୍ଷମତା ନିଜ ହାତକୁ ନେବାକୁ ଚାହୁଁଥିବା ବେଳେ ଆଇନ ଚାଷୀ ଲାଗି ନୁହେଁ କର୍ପୋରେଟଙ୍କ ଲାଗି ବୋଲି ଚାଷୀମାନେ ଅଭିଯୋଗ କରୁଛନ୍ତି। ଏଣୁ ଚାଷୀ  ଆର-ପାର ଲଢେଇପାଇଁ ଏବେ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସେମାନେ ଦେଶରୁ କୃଷି ସଂଶୋଧିତ ଆଇନ ପ୍ରତ୍ୟାହାର ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବେ ବୋଲି କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.