ବଜ୍ରାଘାତରେ ୯୦ ଭାଗ ଜଳିଯାଇଥିଲେ ଚାଷୀ; ମୃତ ଘୋଷଣା କଲେ ଡାକ୍ତର
6/06/2023 at 11:31 PM

ଚାନ୍ଦବାଲି ୦୬/୦୬: ଚାନ୍ଦବାଲି ଏନଏସି ଅନ୍ତର୍ଗତ ବାଲିଗାଁରେ ବଜ୍ରାଘାତରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି। ମୃତ ଚାଷୀ ହେଉଛନ୍ତି ଚକ୍ରଧର ଦାସ। ଚକ୍ରଧର ନିଜ ଧାନ କ୍ଷେତରେ ତଳି ପକାଇବା ବେଳେ ବଜ୍ରାଘାତର ଶିକାର ହୋଇଥିଲେ। ବଜ୍ରାଘାତ ଫଳରେ ତାଙ୍କ ଦେହରେ ପ୍ରାୟ ୯୦ ଭାଗ ଜଳିଯାଇଥିଲା। ଘଟଣାସ୍ଥଳରୁ ସ୍ଥାନୀୟ ଲୋକ ଚକ୍ରଧରଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସରେ ଚାନ୍ଦବାଲି ମେଡ଼ିକାଲକୁ ନେଇ ଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।
Related Posts
ମା’ଙ୍କ ମୃଣ୍ମୟ ପ୍ରତିମା ଲାଗି ମାଟି ଶୁଭ ଅନୁକୂଳ, ସୁନିଆଁ ଅବସରରେ ସ୍ୱତନ୍ତ୍ର ନୀତି
26 September 2023
ରେଳ ଲାଇନ୍ରେ ଖସିଲା ମାଟି ଅତଡା, ୩ ଦିନ ହେଲା ରେଳ ଚଳାଚଳ ବାଧାପ୍ରାପ୍ତ
26 September 2023