ଜମିରେ କାମ କଲାବେଳେ ଆକ୍ରମଣ କଲା ବାରହା, ଗୁରୁତର ଚାଷୀ ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | May 18, 2023 IST

ଆଠଗଡ ୧୮।୫: ଚାଷ ଜମିରେ କାମ କରୁଥିବା ବେଳେ ଆକ୍ରମଣ କଲା ବାରହା । ବାରାହା ଆକ୍ରମଣରେ ଚାଷୀ ଗୁରୁତର ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ଆଠଗଡ ରେଞ୍ଜ ଅନ୍ତର୍ଗତ ବନ୍ଧହଟା ଗ୍ରାମର ଅକୁର ସ୍ଵାଇଁ ବିଲରେ କାମ କରୁଥିବା ବେଳେ ବାହରା ଆକ୍ରମଣ କରିଥିଲା । ଫଳରେ ଅକୁର ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତ । ସକାଳ ସମୟରେ ଚାଷ ଜମିରେ କାମ କରିବା ସମୟରେ ଦୁଇ ଗୋଡ଼ ଓ ହାତକୁ ବାରହା କାମୁଡ଼ି ଦେଇଥିଲା । ଗୁରୁତର ଅବସ୍ଥାରେ ଅକୁରଙ୍କୁ ପ୍ରଥମେ ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର ହୋଇଥିବା ଜଣାପଡ଼ିଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳର ଚାଷୀଙ୍କ ଭିତରେ ଭୟ ଓ ଆତଙ୍କ ସୃଷ୍ଟି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.