କୃଷକଙ୍କୁ ରୋକିବାକୁ ପ୍ରୟୋଗ ହେଉଛି ଟିଅର ଗ୍ୟାସ, କିନ୍ତୁ ମାନବିକତା ଭୁଲି ନାହାଁନ୍ତି ଅନ୍ନଦାତା, ପାଣି ପିଆଇ ମେଣ୍ଟାଇଲେ ପୋଲିସକର୍ମୀଙ୍କ ଶୋଷ

Published By : Prameya-News7 Bureau | November 28, 2020 IST

ନୂଆଦିଲ୍ଲୀ,୨୮/୧୧:   କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି କୃଷକମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଦିଲ୍ଲୀ ଚଲୋ ଡାକରା ଦେଇ ରାଜଧାନୀ ଅଭିମୁଖେ ବାହାରିଛନ୍ତି । ଏହି ବିରୋଧ ପ୍ରଦର୍ଶନରେ ପଞ୍ଜାବ ଓ ହରିୟାଣାର ହଜାର ହଜାର କୃଷକ  ସାମିଲ ହୋଇଛନ୍ତି । ତେବେ କୃଷକଙ୍କୁ ଦିଲ୍ଲୀରେ ପ୍ରବେଶ ନକରାଇଦେବା ପାଇଁ ପୋଲିସ ପ୍ରଶାସନ ତତ୍ପର ରହିଛି । ଦିଲ୍ଲୀ ସୀମାରେ ପୋଲିସ ପକ୍ଷରୁ ପାଣିମାଡ ସହ ଲୁହବୁହା ଗ୍ୟାସ୍ ମଧ୍ୟ କୃଷକଙ୍କ ଉପରେ ପ୍ରୟୋଗ କରାଯାଉଛି । ଏହାମଧ୍ୟରେ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯେଉଁଥିରେ ଜଣେ କୃଷକ ପୋଲିସ କର୍ମୀଙ୍କୁ ପାଣି ପିଇବାକୁ ଦେଉଛନ୍ତି ।

ପୋଲିସ କୃଷକଙ୍କୁ ରୋକିବା ପାଇଁ ସମସ୍ତ ପ୍ରକାର ବଳ ପ୍ରୟୋଗ କରୁଛି । ଏହା ସତ୍ତ୍ୱେ କୃଷକମାନେ ମାନବିକତାର ପରିଚୟ ଦେଇଛନ୍ତି । ସେମାନେ ଏହି ପ୍ରତିକୂଳ ପରିସ୍ଥିତିରେ ବି ଅନ୍ୟକୁ ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି ।

wp:html /wp:html

ଏକ ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ,  ପୋଲିସ କର୍ମୀଙ୍କୁ କୃଷକମାନେ ପାଣି ପିଇବାକୁ ଦେଉଛନ୍ତି । ଟ୍ୱିଟରରେ ଜଣେ ୟୁଜର ଏହି ଭିଡିଓ ସେୟାର କରିଛନ୍ତି । ପୋଲିସ କୃଷକଙ୍କ ଉପରେ ପାମି ମାଡ କଲେ ବି ଅନ୍ନଦାତାମାନେ ପୋଲିସ କର୍ମୀଙ୍କ ତୃଷ୍ଣା ମେଣ୍ଟାଉଥିବା ସେ ଲେଖିଛନ୍ତି । କୃଷକଙ୍କ ଏତାଦୃଶ ଆଚରଣକୁ ସମସ୍ତେ ପ୍ରଶଂସା କରିଛନ୍ତି ।  

wp:html /wp:html wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.