ଚାନ୍ଦବାଲି: ବଜ୍ରାଘାତ ନେଲା ଚାଷୀ ଜୀବନ। ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଜଳେଶ୍ଵରପୁର ପଞ୍ଚାୟତ ନୂଆଗାଁ ଇଛାପୁର ଗାଁର ବଜ୍ରାଘାତରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ହେଲେ ଅଜୟ ମହାନ୍ତି । ଅଜୟ ନିଜ ଧାନ କ୍ଷେତରେ ତଳି ପକାଉଥିବା ବେଳେ ହଠାତ୍ ତାଙ୍କ ଉପରେ ବଜ୍ରାଘାତ ହୋଇଥିଲା।
ଫଳରେ ତାଙ୍କ ଦେହର ପ୍ରାୟ ୭୦ ଭାଗ ଜଳିଯାଇଥିବା ସୂଚନା ମିଳିଛି। ଘଟଣା ସ୍ଥଳରୁ ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ୧୦୮ ଗାଡ଼ିରେ ଚାନ୍ଦବାଲି ମେଡ଼ିକାଲକୁ ଆଣିଥିଲେ । ଡାକ୍ତରଖାନାରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।
ସେପଟେ ବାଲେଶ୍ୱର ଜିଲ୍ଲା, ବାହାନଗା ବ୍ଳକ ଖରାସାହାପୁର ପଞ୍ଚାୟତ ଉପର ଆଡିଆ ଗ୍ରାମରେ ମଧ୍ୟ ବଜ୍ରାଘାତରେ କ୍ଷୟକ୍ଷତି ହୋଇଛି। ଆଜି ସଂଧ୍ୟାରେ ବଜ୍ରାଘାତରେ ଗୋଟିଏ ଘର ପୋଡ଼ି ଯିବା ସହିତ, ଏକ ସ୍କୁଟି ଗାଡ଼ି ପୋଡ଼ି ଯାଇଛି। ଜଣେ ମହିଳା ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଗୋପାଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି।