ବର୍ଷା ଅଧିକ ହେଇଛି, ମରୁଡି ହେଲା କେମିତି ? ଚକଡା ପୋକ ଯୋଗୁଁ କ୍ଷତିଗ୍ରସ୍ତ ଜମିକୁ ମରୁଡ଼ି ଘୋଷଣା କରିବାକୁ ଉଠିଲା ଦାବି

Published By : Prameya-News7 Bureau | November 03, 2018 IST

ଭୁବନେଶ୍ବର ୩|୧୧: ପ୍ରଥମେ କହିଲେ, ସ୍ବଭାବିକଠାରୁ ଅଧିକା ବର୍ଷା ହେଲା । ଏବେ କହିଲେ, ୯ ଜିଲ୍ଲାର ୬୬ ବ୍ଲକରେ ମରୁଡ଼ି । ଆଉ ଏତିକି ବେଳେ ପଡ଼ିଛି ଚକଡ଼ା ଚଡ଼କ । ଚକଡ଼ା କ୍ଷତିଗ୍ରସ୍ତ ଚାଷୀ ମରୁଡ଼ି ଘୋଷଣା ଦାବିରେ ରାସ୍ତାକୁ ଓହ୍ଲାଇଲେଣି । କିନ୍ତୁ ମରୁଡ଼ି ଘୋଷଣା ହୋଇଥିବା ଅଞ୍ଚଳ ଠିକ୍ ଭାବେ ଆକଳନ ହୋଇ ନଥିବା କହିଲେଣି ବିରୋଧୀ । ପ୍ରସଙ୍ଗକୁ ବିଧାନସଭାରେ ଉଠାଇବାକୁ ଚେତାବନୀ ଦେଲେଣି ବିରୋଧୀ । ନଅ ଜିଲ୍ଲାର ୬୬ ବ୍ଲକକୁ ମରୁଡ଼ି ଘୋଷଣା କରିଦେଲେ ସରକାର । ସେସବୁ ଅଞ୍ଚଳର ଚାଷୀଙ୍କୁ ଦିଆଯିବ କ୍ଷତିପୂରଣ । କିନ୍ତୁ ଏବେ ଚକଡା ପୋକ ଯୋଗୁଁ କ୍ଷତିଗ୍ରସ୍ତ ଜମିକୁ ମରୁଡ଼ି ଘୋଷଣା କରିବାକୁ ଉଠିଲାଣି ଦାବି ଚକଡ଼ା ଦ୍ବାରା କ୍ଷତିଗ୍ରସ୍ତ କଳାହାଣ୍ଡି ଭବାନୀପାଟଣା ବ୍ଲକର ୧୧ଟି ପଞ୍ଚାୟତର ଲୋକେ ମରୁଡ଼ି ଘୋଷଣା ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି । ସେପଟେ ବଲାଙ୍ଗିର ଜିଲ୍ଲାରେ ମଧ୍ୟ ଚକଡ଼ା ପାଇଁ ହଜାରେ ହେକ୍ଟର୍ ଧାନ ଜମି ନଷ୍ଟ ହୋଇଥିବା ଅଭିଯୋଗ ଆସିଛି । କଳାହାଣ୍ଡି ଜିଲ୍ଲାରେ ଏବର୍ଷ ସବୁଠୁ ଅଧିକା ବର୍ଷା ହୋଇଛି ବୋଲି ଏସଆରସିଙ୍କ ତଥ୍ୟ କହୁଛିତା ପରେ ବି ଜିଲ୍ଲାର ୫ଟି ବ୍ଲକ୍ ମରୁଡ଼ିମରୁଡ଼ି ଘୋଷଣା କରି ଚାଷୀଙ୍କୁ ସରକାର, ଠିକ୍ ଭାବେ ସହାୟତା ଦେବେ କି ନାହିଁ ତାକୁ ନେଇ ଉଠିଲାଣି ପ୍ରଶ୍ନ । ପ୍ରସଙ୍ଗକୁ ଆସନ୍ତା ଅଧିବେଶନରେ ଉଠାଇବେ ବୋଲି କହିଲେଣି ବିରୋଧୀ । ଏବର୍ଷ ରାଜ୍ୟରେ ସ୍ବଭାବିକ ଠାରୁ ୧୧. ପ୍ରତିଶତ ଅଧିକା ବର୍ଷା ହୋଇଛି ୧୧ ଜିଲ୍ଲାରେ ୧୯ ପ୍ରତିଶତରୁ ଅଧିକା ବର୍ଷା ହୋଇଥିବା ରେକର୍ଡ ହୋଇଛି । ତଥାପି ସରକାରଙ୍କ ଆଇ ଏଷ୍ଟିମେଟ୍ ରିପୋର୍ଟରେ ୯ ଜିଲ୍ଲାର ୬୬ ବ୍ଲକରେ ମରୁଡ଼ି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.