କୀଟନାଶକ ପିଇ ଯୁବ ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ

Published By : Prameya-News7 Bureau | August 24, 2019 IST

ବାଲିଗୁଡା ୨୪|୮: କନ୍ଧମାଳ ଜିଲ୍ଲା କ.ନୂଆଗାଁ କିଲୁପଡା ଗାଁର ଜଣେ ଯୁବ ଚାଷୀ କୀଟନାଶକ ପିଅ ଆତ୍ମହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ । ମୃତ ଚାଷୀ ହେଉଛନ୍ତି ଗୋବର୍ଦ୍ଧନ ମଲ୍ଲିକ ।

{"id":148167}

ସୂଚନାଯୋଗ୍ୟ ଯେ, ଗତ ମଙ୍ଗଳବାର ଦିନ ସେ ବିଲକୁ ଯାଇ ପୋକ ଲାଗିଥିବା ଧାନ ଚାଷରେ କୀଟନାଶକ ସିଞ୍ଚନ କରିଥିଲେ । ଘରକୁ ଫେରିବା ପରେ ସେ କୀଟନାଶକ ପିଇଦେଇଥିବା ପରିବାର ଲୋକ ଜାଣିବାକୁ ପାଇଥିଲେ ।  ତୁରନ୍ତ ତାଙ୍କୁ କ.ନୂଆଗାଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲିଗୁଡା ମେଡିରକଲକୁ ସ୍ଥାନାନ୍ତର କରାଯାଇଥିଲା ।  ସେଠାରେ ଚିକିତ୍ସାଧିନ ଥିବାବେଳେ ଗତକାଲି ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ହୋଇଛି ।

{"id":148168}

ଲଗାଣ ବର୍ଷାରେ ତାଙ୍କର ୩ ଏକର ଚାଷ ଜମିରେ ବାଲି ଚରିଯାଇଥିଲା । ଧାନ ଚାଷରେ ମଧ୍ୟ ପୋକ ଲାଗିଯାଇଥିଲା । ଫଳରେ ଚାଷ କ୍ଷତିଗ୍ରସ୍ତ ହୋଇଥିଲା । ସେହି ଚିନ୍ତାରେ ସେ କୀଟନାଶକ ପିଇଦେଇଥିବା ତାଙ୍କ ସ୍ତ୍ରୀ  ଏବଂ ତାଙ୍କ ବାପା ଅଭିଯୋଗ କରିଛନ୍ତି । ତାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.