ବୌଦ୍ଧରେ ପୁଣି ଫସଲ ପୋଡ଼ିଲେ ଚାଷୀ: କାମ କଲା ନାହିଁ କୀଟନାଶକ

Published By : Prameya-News7 Bureau | November 04, 2018 IST

ବୌଦ୍ଧ  ୩/୧୧: ପୁଣି ଜଳିଲା ଧାନ କିଆରୀ । କାମ କଲା ନାହିଁ କୀଟ ନାଶକ  ।ଚକଡା ଆକ୍ରମଣରେ ଶହ ଶହ ହେକ୍ଟର ଧାନ ବିଲରେ ଫସଲ ନଷ୍ଟ ଯୋଗୁଁ  ଶେଷରେ ଫସଲରେ ନିଆଁ ଲଗାଇଲେ ଚାଷୀ । ଦିନକ ପୂର୍ବରୁ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଅଞ୍ଚଳରେ  ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିବାବେଳେ ପୁଣି ଉକ୍ତ ବ୍ଲକର ପୀତାମ୍ବରପୁର ପଞ୍ଚାୟତରେ ଅନେକ  ଧାନ ବିଲରେ ଚାଷି ଲଗାଇଛନ୍ତି ନିଆଁ । ହୁ ହୁ ହୋଇ ଜଳୁଛି ଧାନ ବିଲ । ଯେଉଁ ସମୟରେ ଚାଷୀ ଫସଲ ଅମଳ କରି ଖଳାକୁ ଆଣିବା କଥା  ସେ ସମୟରେ ମୁଣ୍ଡରେ ହାତ ଦେଇ ବସିଛି । କାମ କଲା ନାହିଁ କୌଣସି କୀଟନାଶକ । ଏପରିକି ବଜାରରୁ ମଧ୍ୟ   ଅଧିକ ଟଙ୍କାରେ କୀଟନାଶକ କିଣି ଚାଷି ବିଲରେ ପ୍ରୟୋଗ ପରେ ବି  ପୋକଙ୍କ  ଆକ୍ରମଣକୁ  ରୋକିପାରିଲା ନାହିଁ    । ଚକଡା ପୋକଙ୍କ ଆକ୍ରମଣରେ ହେକ୍ଟର ହେକ୍ଟର ଚାଷ ଜମିରେ ଫସଲ ଜଳିଗଲା ।  ରୋଗ ଆରମ୍ଭ ହେବା ମାତ୍ରେ   ତଳସ୍ତରଠାରୁ ଆରମ୍ଭ କରି ଜିଲ୍ଲାସ୍ତରୀୟ ଅଧତ୍କାରୀ ପର୍ଯନ୍ତ ସମସ୍ତଙ୍କୁ ଗୁହାରୀ କରିଥିଲେ ହେଁ ପ୍ରତିକାର ପାଇଁ କେହି ସେମାନଙ୍କ ପାଖରେ ପହଞ୍ଚିନଥିବା ବେଳେ   ସୁନାର ଫସଲ ସ୍ଥାନରେ ନଷ୍ଟ ପାଳକୁ ଦେଖି ବାଧ୍ୟ ହୋଇ ନିଜ ଧାନ କିଆରୀରେ ନିଆଁ ଲଗାଇଦେଇଥିବା  ଚାଷୀ ଅଭିଯୋଗ କରିଛି ।  ଏଥି ସହିତ ସରକାର ଯଦି ଏଥିପ୍ରତି କୌଣସି ପଦକ୍ଷେପ ନ ନିଅନ୍ତି ତେବେ  ସର୍ବହରା ହୋଇପଡିଥତ୍ବା ଚାଷୀ ଏବେ କିଭଳି ପରିଶୋଧ କରିବ ଋଣ ଆଉ ପ୍ରତିପୋଷଣ କିପରି କରିବ ନିଜ ପରିବାର ଏନେଇ ଚି’।ରେ ଥତ୍ବା  ଚାଷୀ ଶେଷରେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେବବୋଲି  ସେ ଧମକ ଦେଇଛି । ସେପଟେ ଗତ ବର୍ଷ ମଧ୍ୟ ଏଭଳି ଚକଡା ପୋକଯୋଗୁଁ ଫସଲ ହାନି ହୋଇଥିବାବେଳେ ଚାଷ ଜମିଗୁଡିକରେ ନିଆଁ ଲଗାଇଦେଇଥିଲା ଚାଷୀ ଯାହାର କି  କ୍ଷତିପୂରଣ ଅଦ୍ୟାବଧି   ଚାଷୀ ଙ୍କୁ ମିଳିପାରିନଥିବାବେଳେ ପୁଣି ଚଳିତ ବର୍ଷ ମଧ୍ୟ ଦେଖାଦେଇଛି ସମାନ ସମସ୍ୟା  ।    ଏନେଇ ଯାହାକୁ ଗୁହାରୀ କଲେବି ଏଥିପ୍ରତି କେହି କର୍ଣ୍ଣପାତ କରୁନଥିବାବେଳେ ଆଗାମୀ  ଦିନରେ ଚାଷୀ ଆନ୍ଦୋଳନ ଜୋରଦାର କରାଯିବ ବୋଲି  ଚେତାବନୀ ଦେଇଛି ଭାରତୀୟ  କିଷାନ ସଂଘ ।  ଅନ୍ୟପଟେ ସହକାରୀ କୃଷି ଅଧିକାରୀ କହୁଛନ୍ତି  ତିତିଲି ପ୍ରଭାବରେ ବର୍ଷ। ହେବାପରେ ପୁଣି ଖରାର ୩୩ ଡିଗ୍ରୀ ତାପମାତ୍ରା ଯୋଗୁଁ ଏଭଳି ପୋକ ଲାଗି ଫସଲ ନଷ୍ଟ ହୋଇଛି  ଆମର କୃଷି  ବିଭାଗ, ରେଭିନ୍ୟୁ ବିଭାଗ ଏବଂ ଷ୍ଟାଟିସଷ୍ଟିକ୍ସ ବିଭାଗର ମିଳିତ ଭାବେ ସର୍ଭେ କରି  ଆମେ ସରକାରଙ୍କୁ ରିପୋଟ  ପ୍ରଦାନ କରିବୁ ସରକାର ଯାହା ନିଷ୍ପତ୍ତି ନେବେ  । ଚାଷଜମିରେ ନିଆଁ ଲାଗିବା ଭଳି ଘଟଣା ଯେମିତି ଆଉ କେଉଁଠି    ପୁନରାବୃତ୍ତି  ନହୁଏ  ସେଥତ୍ପାଇଁ ସରକାର ତୁରନ୍ତ ଦୃଷ୍ଟି ଦେବା ଜରୁରୀ ହୋଇପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.